ବରିଷ୍ଠ ନାଗରିକ ଓ ଆୟକର ଉପରେ ଆଲୋଚନା

ସମ୍ବଲପୁର, ୨୦/୨ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା)- ବଜେଟ ଆସିବା ପରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ବ୍ୟବସ୍ଥା ଓ ରିହାତି ବାବଦରେ ହୀରାଖଣ୍ଡ ନାଗରିକ ପରିଷଦ ପକ୍ଷରୁ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ. ରେଣୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଦାନନ୍ଦ ସୋନବର୍ଷା ଆୟକର ଏବଂ ବରିଷ୍ଠ ନାଗରିକ ତଥା ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ସାରଗର୍ଭକ ଆଲୋଚନା କରିଥିଲେ। ବରିଷ୍ଠ ନାଗରିକମାନଙ୍କ ସକାଶେ ଥିବା ଉପଧାରାଗୁଡ଼ିକୁ ସେ ବିଶ୍ଲେଷଣ କରିବା ସହିତ ଏ ବାବଦରେ ଉପସ୍ଥିତ ସଦସ୍ୟମାନଙ୍କର ଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ଡ. ଅରୁଣ ମଜୁମଦାର, ଡ. ବିଭୂତି ଭୂଷଣ ମିଶ୍ର, ଗୋପ ରଞ୍ଜନ ଦୁବେ, ନବକୃଷ୍ଣ ପଟ୍ଟନାୟକ, ଯୋଗେଶ ହୋତା, ସହଦେବ ରଥ, ପ୍ରଫୁଲ୍ଲ ମିଶ୍ର ପ୍ରମୁଖ ମଧ୍ୟ ଆଲୋଚନାରେ ଭାଗ ନେଇ ସେମାନଙ୍କର ବ୍ୟକ୍ତିଗତ ଅନୁଭୂତି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ପରିଷଦର ସମ୍ପାଦକ ରାମେଶ୍ୱର ପାଢ଼ୀ ସ୍ୱାଗତ ଭାଷଣ ଦେବା ସହିତ ବିବରଣୀ ପାଠ କରିଥିବା ବେଳେ ଶେଷରେ ଯୁଗ୍ମ ସମ୍ପାଦକ ରାଜକୁମାର ସାଣ୍ଡିଲ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *