ବରିଷ୍ଠ ନାଗରିକ ଆକ୍ସନ କମିଟି ଗଠିତ

ତାଳଚେର, ୮/୨(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସ୍ୱେଚ୍ଛାସେବୀ ସଙ୍ଗଠନ ‘ସୋସିଆଲ ଡେଭେଲପମେଂଟ ଫାଉଣ୍ଡେସନ, ତାଳଚେର ସହଯୋଗରେ କନ୍ୟା ଶିଶୁର ସୁରକ୍ଷା, ପୃଷ୍ଟି ଦିଗରେ ଯତ୍ନବାନ ହେବା ତଥା ଗ୍ରାମ୍ୟସ୍ତରରେ ଶିଶୁ କନ୍ୟା ହାରରେ ବୃଦ୍ଧି କରିବା ନିମନ୍ତେ ବରିଷ୍ଠ ନାଗରିକ ଆକ୍ସନ କମିଟି ଗଠିତ ହୋଇଯାଇଛି। ଏହି କମିଟି ସପ୍ତାହକୁ ଥରେ ଶିଶୁ କନ୍ୟା ହାର କମ୍ ଥିବା ପଂଚାୟତ ଅନ୍ତର୍ଗତ ଗ୍ରାମଗୁଡ଼ିକରେ ବରିଷ୍ଠ ନାଗରିକ, ଆଶା, ଅଙ୍ଗନ ୱାଡ଼ି କର୍ମୀ ଏବଂ ପିଆରଆଇ ସଦସ୍ୟ ମାନଙ୍କ ସହ ମିଶି ସଚେତନ କାର୍ଯ୍ୟ କରିବେ। ଅନୁଷ୍ଠିତ ବୈଠକରେ କମିଟିର ଆବାହକଭାବେ ସୁରେନ୍ କୁମାର ଗଡ଼ନାୟକଙ୍କୁ ମନୋନୀତ କରାଯିବା ସହ ଏକ ତ୍ରୈମାସିକ ତାଲିମ୍ ଖସଡ଼ା ପ୍ରସ୍ତୁତି କରିବା ନିମନ୍ତେ କମିଟିର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *