ଜିଲ୍ଲା ପରିକ୍ରମା

ବରିଷ୍ଠ କିରାଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଉରକେଲା: ୩-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର) ଦକ୍ଷିଣ ରାଉରକେଲା ସ୍ଥିତ ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବରିଷ୍ଠ କିରାଣୀ ଆଦିକନ୍ଦ ଦେଓ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ତାଙ୍କୁ କଲେଜ ପରିସରରେ ମାନପତ୍ର ଏବଂ ସ୍ମାରକୀ ପ୍ରଦାନ କରାଯାଇଥିଲା। ଶ୍ରୀ ଦେଓ ତାଙ୍କ ଚାକିରୀ କାଳରେ କଲେଜରେ ନିଷ୍ଠାପର ଭାବରେ ସେବା ପ୍ରଦାନ କରି ଆସିଛନ୍ତି। ସେ ଜଣେ ସଚ୍ଚୋଟ, ଅମାୟିକ, ଶାନ୍ତ, ସରଳ, ଭାବାପନ୍ନ ବ୍ୟକ୍ତି ଥିଲେ। ତାଙ୍କର କଲେଜ ପାଇଁ ଅବଦାନ ବାସ୍ତବିକ ପ୍ରଶଂସନୀୟ ଏବଂ ସ୍ମରଣୀୟ ବୋଲି କଲେଜ ଅଧ୍ୟକ୍ଷା େସୈଦାମିନି ଭୂୟାଁ ତାଙ୍କ ବକ୍ତ୍ୟବରେ ପ୍ରକାଶ କରିଥିଲେ। ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପିକା ଜ୍ୟୋସ୍ନାôରାଣୀ ଷଢଙ୍ଗୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ଇତିଶ୍ରୀ ପଟ୍ଟନାୟକ ଶ୍ରୀ ଦେଓଙ୍କ ଉଦ୍ଦେଶ୍ୟରେ ଲିଖିତ ମାନପତ୍ରକୁ ପାଠ କରିଥିଲେ। ଏହି ଅବସରରେ ଅଧ୍ୟାପିକା ନିଳୀମା ଚାଟାର୍ଜୀ, ଅପରାଜିତା ମିଶ୍ର, ଡ଼କ୍ଟର ମଂଜୁ ଶର୍ମା, ପୂର୍ବତନ ଅଧ୍ୟାପିକା ମାନସୀ ପ୍ରଧାନ, ଡ଼କ୍ଟର ସରୀତା ଦାସ୍, ବିପିନ୍ ବିହାରୀ ରାଉତଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top