ଜିଲ୍ଲା ପରିକ୍ରମା

ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଉତରାୟଙ୍କ ୯୫ ତମ ଜୟନ୍ତୀ ପାଳିତ

ପୁରୀ ୨୧-୦୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ନାୟକ ପ୍ଲାଜା ସମ୍ମୀଳନୀ କକ୍ଷରେ ଆଇନଜୀବୀ ତଥା ସମାଜସେବୀ ସ୍ୱର୍ଗତ ଶରତ ଚନ୍ଦ୍ର ରାଉତରାୟଙ୍କ ୯୫ ତମ ଜୟନ୍ତୀ ଅବସରରେ ଶରତ ଚନ୍ଦ୍ର ରାଉତରାୟ କମିଟୀ ତରଫରୁ ପାଳିତ୍ ହୋଇଯାଉଛି। କମିଟିର ସଭାପତି ଲଲାଟେନ୍ଦୁ ମିଶ୍ରଙ୍କ ସଭାପତିତ୍ୱରେ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଶ୍ରୀ ମନ୍ଦିରର ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧୁସୂଦନ ଦାଶ ଯୋଗଦେଇ ନିଜର କବି ସୁଲ୍ଲଭ ଢଙ୍ଗରେ ସ୍ୱର୍ଗତ ରାଉତରାୟଙ୍କ ବିଷୟରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ରୂପେ ଯୋଗଦେଇ ବରିଷ୍ଠ ପୌର ସଦସ୍ୟ ଭକ୍ତ ଚରଣ ଦାସ ଏବଂ ଲ୍ୟାଣ୍ଡ ଅଫିସର ସ୍ୱାତି ମିଶ୍ର ନିଜ ଭାଷଣ ପ୍ରସଙ୍ଗରେ ସମାଜକୁ ନିଶ୍ଚିତ ଭାବରେ ଭଲ ମଣିଷର ଆବଶ୍ୟକତା ରହିଛି, ଯେଉଁମାନେ କି ଉଚିତ୍ ଦିଗ୍ଦର୍ଶନ ଦେଇପାରିବେ ଏବଂ ଶ୍ରୀ ରାଉତରାୟ ଜଣେ ସେହିଭଳି ବ୍ୟକ୍ତିତ୍ୱ ଥିଲେ। ସମ୍ମାନୀତ ବକ୍ତା ସମାଜସେବୀ ଗିରିଶ୍ ଚନ୍ଦ୍ର ନାୟକ ସମାଜର ହୀତ ପାଇଁ ଶ୍ରୀ ରାଉତରାୟ କରିଯାଇଥିବା କାର୍ଯ୍ୟ ଗୁଡିକର ବ୍ୟାଖ୍ୟା କରିଥିଲେ। କମିଟିର ଉପସଭାପତି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମର ମହତ୍ୱ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ କମିଟିର ସଂପାଦିକା କବି ସୁଚେତା ମିଶ୍ର ବିବରଣୀ ପାଠ କରିଥିଲେ। ଆଇନ୍ ସେବା କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ଆଡଭୋକେଟ୍ ମିନାକ୍ଷୀ ପଣ୍ଡା ଏବଂ ସୁଗୃହିଣୀ ମିସ୍ ମହାନ୍ତିଙ୍କୁ ଚଳିତ ବର୍ଷ ଶରତ ରାଉତରାୟ ସମ୍ମାନରେ ସମ୍ମାନୀତ କରିଥିଲେ। ପ୍ରାରମ୍ଭରେ ବରିଷ୍ଠ କବି ଓ କବିୟତ୍ରୀମାନଙ୍କୁ ନେଇ ଏକ ସୁନ୍ଦର କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। କବି କ୍ରିଷ୍ଣା ମହାପାତ୍ର, ମିରା ମହାନ୍ତି, ହେମାଙ୍ଗିନୀ ମହାନ୍ତିଙ୍କ ସଂଜୋଜନାରେ ଅନେକ କବିତା ପାଠ କରାଯାଇଥିଲା। ଶିକ୍ଷୟତ୍ରୀ ଜ୍ୟୋତିରେଖା ମିଶ୍ର ଏବଂ ଆଡଭୋକେଟ୍ ଅଶୋକ ଆଢ଼୍ୟ ସଭା ପରିଚାଳନା କରିଥିଲେ। ସର୍ବଶେଷରେ ରଚିତା ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top