ବରିଷ୍ଠ ଆଇନଜୀବୀ ବିମାନ ରାୟଙ୍କ ପରଲୋକ

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକରେ ବରିଷ୍ଠ ଆଇନଜୀବୀ ବିମାନ ଚନ୍ଦ୍ର ରାୟଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସେ ଅସୁସ୍ଥ ହେବା ପେର ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସ।ଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶିତ ହେବା ପରେ ସକାଳୁ ଶତାଧିକ ଆଇନଜୀବୀ, ବୁଦ୍ଧିଜୀବୀ ତଥା ତାଙ୍କର ଶୁଭେଚ୍ଛୁ ନରିପୁର ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମରଶରୀରକୁ ଏକ ବାଇକ ଶୋଭାଯାତ୍ରା କୋର୍ଟ ପରିସରକୁ ନିଆଯାଇଥିଲା। ତାଙ୍କର ପୁଅ ବିଜ୍ଞାନ ରାୟ ଓ ପରିବାର ବର୍ଗ ମରଶରୀର ନିକଟରେ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁରେ ଭଦ୍ରକ କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିଥିଲା। ବାର ଆସୋସିଏସନ ସଭାଗୃହରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *