କେନ୍ଦ୍ରାପଡ଼ା

ବରିଷ୍ଠ ଆଇନଜିବୀ ନିର୍ମଳ ନାୟକଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା

କେନ୍ଦ୍ରାପଡା ୧୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ବରିଷ୍ଠ ଆଇନିଜିବୀ ନିର୍ମଳ ନାୟକଙ୍କ ଦ୍ୱାଦଶାହ ଉପଲକ୍ଷେ ଆଜି ତାଙ୍କ ଭଗବାନପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ତଥା ଆଇନଜିବୀ ପ୍ରଦୀପ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଓଡିଶା ଉଚ୍ଚନ୍ୟାୟାଳୟର ବରିଷ୍ଠ ଆଇନଜିବୀ ଧରଣୀଧର ନାୟକ, ଅତିରିକ୍ତ ଜିଲ୍ଲା ଜଜ ପ୍ରଜ୍ଞା ପାଣିଗ୍ରାହୀ, ଜିଲ୍ଲା ଓକିଲ ସଙ୍ଘ ସଭାପତି ଦେବଦାସ ମହାନ୍ତି, ପବ୍ଲିକ ପ୍ରସିକ୍ୟୁଟର ଭୀମସେନ ଭୂୟାଁ, ପରିବାର ଅଦାଲତ ଜଜ ସନ୍ତୋଷ କୁମାର ଜେନା, ସିଭିଲ କୋର୍ଟ ରେଜିଷ୍ଟ୍ରାର ହୃଷିକେଶ ଆଚାର୍ଯ୍ୟ, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସବିତା ଦାସ, ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସୋନାଲି ଶର୍ମା, ଆଇନଜିବୀ ଧୃବ ଚରଣ ଜେନା, ସରେଜରାଜ ସିଂ, ପ୍ରଦିପ୍ତ ମହାନ୍ତି, ଧିରେନ ସାହୁ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପ୍ରମୁଖ ବରିଷ୍ଠ ଆଇନଜିବୀ ସ୍ୱର୍ଗତ ନିର୍ମଳ ନାୟକଙ୍କ ସ୍ମୃତିଚାରଣ କରି କେନ୍ଦ୍ରାପଡା ଓକିଲ ସଙ୍ଘ ଜଣେ ଦକ୍ଷ ଓକିଲଙ୍କୁ ହରାଇଲା ବୋଲି କହିଥିଲେ। ଦେୱାନୀ, ଫୈାଜଦାରୀ ଓ ରାଜସ୍ୱ ମାମଲା ଗୁଡିକର ଦକ୍ଷତାର ସହିତ ପରିଚାଳନା କରିପାରୁଥିବା ସ୍ୱର୍ଗତ ନାୟକ ସଙ୍ଘର ସଭାପତି ଥିବା ସମୟରେ ସଙ୍ଘର ଏକ ପାଠାଗାର ପ୍ରତିଷ୍ଠା ହୋଇଥିଲା ଏବଂ ସେ ଜଣେ ସ୍ପଷ୍ଟବାଦି ବ୍ୟକ୍ତି ଥିଲେ। ଓକିଲମାନଙ୍କ ସ୍ୱାର୍ଥରର୍କ୍ଷା ପାଇଁ ସେ ସଦାସର୍ବଦା ଲଢେଇ କରୁଥିଲେ ବୋଲି ବକ୍ତାମାନେ କହିଥିଲେ। ଆଇନିଜିବୀ ନିତ୍ୟାନନ୍ଦ ସ୍ୱାଇଁ, ଓକିଲ ସଙ୍ଘର ସହସମ୍ପାଦକ ଇତିହାସ ଲେଙ୍କା, ଶାନ୍ତି ସ୍ୱରୁପ ଭୂୟାଁ, ପ୍ରମୋଦ ନାୟକ, ଦିପକ ସାହୁ, ଅମର ନାୟକ, ନେହେରୁ କୁମାର ସାହୁ, ଅରୁଣ ପ୍ରସାଦ ଦାସ, ପରମେଶ୍ୱର ଭୂୟାଁ, ଉଦ୍ଧବ ପ୍ରଧାନ, ରମାକାନ୍ତ ସ୍ୱାଇଁ, ଅକ୍ଷୟ ନାଥ, ଜ୍ଞାନରଞ୍ଜନ ମିଶ୍ର, ରାଜକିଶୋର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top