ଜିଲ୍ଲା ପରିକ୍ରମା

ବରିରେ ରଥଯାତ୍ରା

ବରି, ୧୪ ଜୁଲାଇ, (ଓଡ଼ିଆ ପୁଅ / ଦେବବ୍ରତ ପଣ୍ଡା ): ଯାଜପୁର ଜିଲ୍ଲା ବରି ବ୍ଲକରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ରଥକୁ ଟାଣିବା ପାଇଁ ସହ ସହ ସହ ଲୋକଙ୍କ ଲମ୍ବା ଲଇନ ଲାଗିଥିଲା। ବରି ମାଇଣ୍ଡରେ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବଡ ଧୁମଧାମରେ ରଥ ଯାତ୍ରା ପାଳନ କରାଯାଇଥିଲା। ସମୟରେ ଠାକୁରଙ୍କ ପାଇଁ ରୀତିନୀତି ଅନୁଯାଇ ପୂଜା କରାଯାଇ ରଥଟଣା ଆରମ୍ଭ କରାଯାଇଥିଲା। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବାବସ୍ଥା କରାଯାଇଥିଲା ଭକ୍ତମାନଙ୍କର ଜୟ ଜଗନ୍ନାଥ, ଘଣ୍ଟା, ହୁଳହଳି ଧ୍ୱନିରେ ଗଗନ ପ୍ରକମ୍ପିତ ହୋଇଉଠିଥିଲା। ପରିଶେଷରେ ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲା ଏବଂ ସେଠାରେ ପ୍ରଭୁଙ୍କ ପୂଜା କରାଯାଇ ମାଉସୀ ମା ମନ୍ଦିରକୁ ବିଜେ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top