ଜିଲ୍ଲା ପରିକ୍ରମା

ବରିଘାଟ ଆଶ୍ରମ ବିଦ୍ୟାଲୟରେ ଶିକ୍ଷକ ଓ ଅଭିଭାବକ ଅଭିଭାବିକା ସମ୍ମିଳନୀ

ଖଡିଆଳ/ନୂଆପଡା-୩୦.୦୭.୧୮(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)ନୁଆପଡା ଜିଲା ଖଡିଆଳ ବ୍ଲକ ବିରିଘାଟ ଗ୍ରାମ ଥିବା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଓ ଆଭିଭାବକ ଅଭିଭାବିକା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଳୈବାନ ବାଗ ସଭାପତିତ୍ୱ କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଖଡିଆଳ ମଙ୍ଗଳ ସଂପ୍ରସାରଣ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀ, ସମ୍ମାନ୍ଥଚ୍ଛ ଅତିଥି ଭାବରେ ସ୍କୁଲ ପରିଚାଳନା କମିଟୀର ସଭାପତି ହୃଦୟ ସୁନାନୀ, ବିରିଘାଟ ସରପଚଂ ବିନୋଦ ଧରୁଆ, ସମାଜସେବୀ ଘନଶ୍ୟାମ ଭିତିରିଆ ପ୍ରମୁଖ ଯୋଗଦାନ କରିଥିଲେ। ସରକାରଙ୍କ ମୋ ସ୍କୁଲ ଅଭିଯାନରେ ଆଶ୍ରମ ବିଦ୍ୟାଳୟ ର ପୁର୍ବତନ ଛାତ୍ରଛାତ୍ରୀ ମାନେ ସକ୍ରୀୟ ଅଂଶ ଗ୍ରହଣ କରି ବିଦ୍ୟାଳୟ କୁ ଉନ୍ନତି ପଥରେ ଆଗେଇ ନେବେ ବୋଲି ପ୍ରଧାନ ଶିକ୍ଷକ ମତ ପ୍ରକାଶ କରିଥିଲେ। ଏଥିରେ ଅଭିଭାବକ ଆଭିଭାବିକା ସମେତ ପୁର୍ଭତନ ଛାତ୍ରଛାତ୍ରୀ ଭାଗନେଇ ସରକାର ଙ୍କ ବିଭିନ୍ନ ଯୋଜନା କୁ ସଫଳ କରିବା ପାଇଁ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଲୋକ ରଜଂନ ସୁନାନୀ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top