ଜିଲ୍ଲା ପରିକ୍ରମା

ବରାଳପୋଖରୀର ବିପର୍ଯ୍ୟସ୍ତ ବିଦ୍ୟୁତ ସେବାର ପ୍ରତିକାର ପାଇଁ ଦାବି

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)- ଭଦ୍ରକ ପୌରପାଳିକା ଅନ୍ତର୍ଗତ ୧, ୨ ୩ନଂ ୱାର୍ଡ ତଥା ବରାଳପୋଖରୀ ଗ୍ରାମର ବିଦ୍ୟୁତ ଉପଭୋକ୍ତାଙ୍କ ସମେତ ସାଧାରଣ ଲୋକମାନେ ଅନିୟମିତ ବିଦ୍ୟୁତକାଟ ଏବଂ ନିମ୍ନମାନର ବିଦ୍ୟୁତ ସେବାକୁ ନେଇ ଅତିଷ୍ଠ ହୋଇ ପଡିଲେଣି। ବାରମ୍ବାର ବିଦ୍ୟୁତକାଟ ଓ ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବ୍ୟାହତ ଯୋଗୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ଅଞ୍ଚଳର ଶତାଧିକ ଗ୍ରାମବାସୀ ନେସ୍କୋ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଭେଟି ଏହାର ପ୍ରତିକାର ନିମନ୍ତେ ଦାବି ଜଣାଇଛନ୍ତି। ଭଦ୍ରକ ସହର ବିଶେଷ କରି ଚରମ୍ପା ଅଞ୍ଚଳକୁ ବିଦ୍ୟୁତ ସେବା ଦୀର୍ଘ ଦିନ ଲଗାତର ବ୍ୟାହତ ହେଉଛି। ପିଲାମାନେ ସନ୍ଧ୍ୟା ସମୟରେ ପାଠ ପଢି ପାରୁ ନାହାନ୍ତିି, ବିଦ୍ୟୁତ ଉପରେ ନିର୍ଭରଶୀଳ ବ୍ୟବସାୟୀମାନଙ୍କ ବ୍ୟବସାୟ ପ୍ରତିଷ୍ଠାନ ବିଦ୍ୟୁତ କାଟ ଯୋଗ ବ୍ୟାପକ କ୍ଷତିର ସମ୍ମୁଖୀନ ହେଉଛନ୍ତି। ରୋଗୀମାନଙ୍କ ଅବସ୍ଥା ନ କହିବା ଭଲ। ଏ ସବୁର ସମସ୍ୟା ପାଇଁ ବାରମ୍ବାର ଲିଖିତାାକରରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ଏହି ବିଦ୍ୟୁତ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟ ହୋଇ ଆଜି ଶିକ୍ଷକ ତଥା ସାମାଜିକ କର୍ମୀ ଚନ୍ଦ୍ରଭାନୁ ନାୟକଙ୍କ ନେତୃତ୍ୱରେ କାମେଶ୍ୱର ସାମଲ, ଗୌରଚନ୍ଦ୍ର ପଣ୍ଡା, ରମାକାନ୍ତ ବିନ୍ଧାଣି, ମାଧବାନନ୍ଦ ସାହୁ, ପରେଶ ନାୟକ, ଶୁଭେନ୍ଦୁ ବେହେରା, ପିଣ୍ଟୁ ପରିଡା, ରମେଶ ପାଗଳ, ସସ୍ମିତା ବାରିକ, ହରେକୃଷ୍ଣ ବୈଠାରୁ, ନିଲୁ ନାୟକ, ଉମାକାନ୍ତ ନାୟକ, ପତିତପାବନ ନାୟକ, ସୁରେଶ ନାୟକ ପ୍ରମୁଖ ଭଦ୍ରକ ନେସ୍କୋ ଅଧିକ୍ଷଣଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ଦୁଇମାସ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆ ଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top