ଓଡ଼ିଶା

ବରଯାତ୍ରୀଙ୍କର ବାଇକ୍ ଦୁର୍ଘଟଣା : ଜଣେ ମୃତ, ଦୁଇ ଗୁରୁତର

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଗତକାଲି ବିଳମ୍ବିତ ରାତିରେ ବାସୁଦେବପୁର ଥାନା ଅଧୀନସ୍ଥ ମିଶ୍ରପୁର ଗାଁରୁ ବାଇକ୍ ଯୋଗେ ଧାମନଗରକୁ ବରଯାତ୍ରୀ ଯାଉଥିବାବେଳେ ବାଇକ୍ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣେ ଯୁବକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣକ ହେଲେ ମିଶ୍ରପୁର ଗାଁର ପ୍ରଭଂଜନ କୁଅଁର। ଖବରରୁ ଯାହା ଜଣାଯାଏ ସେ ଗତକାଲି ରାତିରେ ଅନ୍ୟ ୨ ଜଣ ସାଙ୍ଗକୁ ଧରି ନିଜ ଗାଁରୁ ମୋଟରସାଇକେଲ୍ ଯୋଗେ ଧାମନଗର ବରଯାତ୍ରୀ ହୋଇ ଯାଉଥିବାବେଳେ ମୋଟର ସାଇକେଲ୍ଟି ଭଦ୍ରକ-ଆରଡି ରାସ୍ତାର କୋର୍କରା ଛକ ନିକଟରେ ଗୋଟିଏ ଗଛକୁ ପିଟିଥିଲା। ଫଳରେ ସେଠାରେ ପ୍ରଭଂଜନଙ୍କ ମୃତ୍ୟୁ ହୋଇଥିଲା। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top