ବରପାଲି ବନ୍ଦ ପାଳିତ

ବରପାଲି, ୩୧/୮(ଓଡ଼ିଆ ପୁଅ)- – ବରଗଡ଼ରେ କ୍ୟାନସର ହସପିଟଲ ପ୍ରତିଷ୍ଠା ଏବଂ ବରପାଲିକୁ ସବ୍ ଡିଭିଜନ ମାନ୍ୟତା ଦାବିରେ ଆଜି ବଣିକ ସଂଘର ଡାକରା କ୍ରମେ ୧୨ ଘଣ୍ଟିଆ ବରପାଲି ବନ୍ଦ ପାଳନ କରାଯାଇଥିଲା। ଓକିଲ ସଂଘ ମଧ୍ୟ ଏଥିରେ ନେତୃତ୍ୱ ନେଇଥିଲା। ଗାନ୍ଧିଛକ ଠାରେ ରାସ୍ତା ଅବରୋଧ କରାଯିବା ସହିତ ବଣିକ ସଂଘ ସଭାପତି ନନ୍ଦଲାଲ ସାହୁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ବିଜେପି ନେତା ଅଶୋକ ପାଣିଗ୍ରାହୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ବନ୍ଦ ଯୋଗୁଁ ରାଜପଥ ଉପରେ ଯାନବାହନ ଚଳାଚଳ ବନ୍ଦ ଥିବା ସହିତ ଦୋକାନ ବଜାର ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା।

Leave a Reply

Your email address will not be published. Required fields are marked *