ବରଗଡ଼ ଜିଲ୍ଲାରେ ଚାଷୀ ଆତ୍ମହତ୍ୟା ଓ ଚାଷୀଙ୍କ ଫସଲ ହାନୀ ବିରୁଦ୍ଧରେ ପ୍ରଦର୍ଶନ: କଂଗ୍ରେସ ରାଜ୍ୟ ସଭାପତି ଓ ସମ୍ପାଦକ ସମେତ ବହୁକର୍ମି ଗିରଫ

ବରଗଡ, ତା.୦୭.୧୧(ଓଡ଼ିଆପୁଅ/ସଚ୍ଚିଦାନନ୍ଦ ପାତ୍ର): ଜିଲ୍ଲାରେ କ୍ରମବର୍ଦ୍ଧିଷ୍ଣୁ ଚାଷୀ ଆତ୍ମହତ୍ୟା ଘଟଣା କୁ ନେଇ ରାଜ୍ୟ ସରକାର କରୁଥିବା ନିଚ୍ଚ ରାଜନୀତିକୁ ଆଜି କଂଗ୍ରେସ ବରଗଡ଼ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପରିପେକ୍ଷିରେ ଆଜି ସ୍ଥାନୀୟ ଗୋପାଲ ଗୋଶାଲା ଠାରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲା ସଭାପତି ଅନନ୍ତ ଶୟନ ପାଢ଼ୀ ଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ପ୍ରସାଦ ହରିଚନ୍ଦନ ଓ ରାଜ୍ୟ ସମ୍ପାଦକ ସମେତ ପୂର୍ବତନ ରାଜ୍ୟ ସଭାପତି ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ପୂର୍ବତନ ବିଧାୟକ ସାଧୁଚରଣ ନେପାକ, ପୂର୍ବତନ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଯୁବନେତା ବ୍ରହ୍ମା ମହାକୁଡ଼, ଆନନ୍ଦ ପ୍ରଧାନ, ନିପନ ଦାଶ ତଥା ଜିଲ୍ଲାର ପ୍ରାୟ ୩୦୦୦ କଂଗ୍ରେସ କର୍ମି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚôଥିଲେ । ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜେଡ଼ି ସରକାର ଦୀର୍ଘ ୧୮ ବର୍ଷ ମଧ୍ୟରେ ଚାଷୀ ମାନଙ୍କ ଦୁଃଖ ବୁଝିଲାନି କି ତାଙ୍କ ଖେତକୁ ପାଣି ଯୋଗେଇ ପାରିଲାନି ଯଦ୍ୱାରା ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ଚାଷୀ ମାନଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ହୋଇଛି ।  ବିଜେଡ଼ ସରକାରର ୧୮ ବର୍ଷ ଶାସନ କାଳରେ ପ୍ରାୟ ୪୦୦୦ ରୁ ଊଦ୍ଧ୍ୱର୍ ଚାଷୀ ଆତ୍ମହତ୍ୟ କରି ସାରିଲେଣି ବୋଲି ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଚାଷୀ ବିରୋଧି କାର୍ଯ୍ୟକଳାପ କୁ  ତୀବ୍ର ସମାଲୋଚନା କରିଥିଲେ । କର୍ମିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ କୁଶ ପୁତ୍ତଳିକା ଦାହ କରିଥିଲୋ । ପରେ ବରଗଡ଼ ଜିଲ୍ଲାପାଳ ଶ୍ରୀ ଖଗେନ୍ଦ୍ର କୁମାର ପାଢ଼ୀଙ୍କ ସହ ଆଲୋଚନା କରି ତାଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ହେଲେ ଦାବୀଗୁଡ଼ିକ ଉପରେ ସରକାରଙ୍କ ସହ କଥାବାର୍ତ୍ତାକରି ତତ୍କ୍ଷଣାତ ଚାଷୀଙ୍କ ଉଦେ୍ଧଶ୍ୟରେ କିଛି ଉତ୍ତର ଲୋଡ଼ିବା ଯିଦ୍ରେ କଂଗେସ କର୍ମିମାନେ ଅଡ଼ିବସିବାରୁ ଶେଷରେ ସଂନ୍ଧ୍ୟା ପ୍ରାୟ ୪ ଟା ସମୟରେ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ସମେତ ପ୍ରାୟ ୨୫ ଜଣ ନେତାଙ୍କୁ ବରଗଡ଼ ପୋଲିସ ିରଫ କରିଥିଲା ।

Leave a Reply

Your email address will not be published. Required fields are marked *