ଓଡ଼ିଶା

ବରଗଡ଼ରେ ଗୁରୁତର ବିଦ୍ୟୁତ ଅବ୍ୟବସ୍ଥା : ପ୍ରତିବାଦକାରୀଙ୍କୁ ଲାଠି

ବରଗଡ଼, ୮/୧୦ (ଓଡ଼ିଆ ପୁଅ) : ବରଗଡ଼ ସହରରେ ଘନ ଘନ ବିଦ୍ୟୁତ ବିଭ୍ରାଟ ଓ କାଟ ଯୋଗୁଁ ଲୋକେ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ଏହାର ବିରୋଧ କରିବାକୁ ଯାଇଥିବା କିଛି ଯୁବକଙ୍କ ଉପରେ ପୋଲିସର ଲାଠିମାଡ଼ ଏବଂ ସେମାନଙ୍କୁ ଅଟକ ରଖିôବା ଘଟଣାକୁ ନେଇ ଏଠାରେ ତୀବ୍ର ଜନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଲାଠିମାଡ଼ କରିଥିବା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଏ ନେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହୋଇଛି। ବିଧାୟକ ଦେବେଶ ଆଚାର୍ଯ୍ୟ ଉତ୍ପନ୍ନ ପରିସ୍ଥିତି ନେଇ ୱେସ୍କୋ ଏବଂ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ତୁହାକୁ ତୁହା ବିଦ୍ୟୁତ ବିଭ୍ରାଟ ପରେ ଗତକାଲି ଦୀର୍ଘ ସମୟ ଧରି ଲାଇନ ଚାଲିଯିବାରେ କିଛି ଯୁବକ ଗ୍ରୀଡ଼କୋ ଅଫିସରେ ପହଞ୍ଚି ପ୍ରତିବାଦ କରିଥିଲେ। ଏହି ସମୟରେ ବରଗଡ଼ ଟାଉନ ଥାନାର ସବ୍ଇନ୍ସପେକ୍ଟର ସନୟ କୁମାର ନାୟକଙ୍କ ନେତୃତ୍ୱରେ ପୋଲିସ ଦଳ ପହଞ୍ଚି ପ୍ରତିବାଦକାରୀଙ୍କ ଉପରେ କଥିତ ଭାବେ ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ଗାଳିଗୁଲଜ କରିବା ସହ ଲାଠି ମାଡ଼ କରିଥିଲେ। ଏଥିରେ ଦୀପ୍ତି ପ୍ରକାଶ ନାୟକ, ସତୀଶ ସାହୁ, ଆକାଶ ଦେବତା, ସନ୍ଦୀପ ସ୍ୱାଇଁ, ମହେଶ ସାହୁ, ଆଶୀଷ ପ୍ରଧାନ, ଅମିତ ଦାଶ, ମଣ୍ଟୁ ସାହୁ, ସୋନୁ ଗୁପ୍ତା ଆଦି ଆହତ ହୋଇଥିଲେ। ସେମାନଙ୍କୁ ନେଇ ଟାଉନଥାନାରେ ଅଟକ ରଖାଯାଇଥିଲା। ଏହା ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି କରିଥିଲା। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟ, ୱେସ୍କୋ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ ଶତପଥୀ, ଏସ୍ଡ଼ିପିଓ ସୁରେଶ କୁମାର ନାୟକ, ଟାଉନ ଥାନା ଆଇଆଇସି ବିଭୂତି ଭୂଷଣ ଭୋଇ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top