ଓଡ଼ିଶା

ବରଗଡରେ କେନ୍ସର ହସ୍ପିଟାଲ ଏବଂ ବିଷେଷଜ୍ଞ ଦଳ ପଠାଇବା ପାଇଁ ପଶ୍ଚିମାଂଚଲ ଏକତା ମଂଚର ଦାବି

ସମ୍ବଲପୁର ୪-୯ (ଓଡ଼ିଆ ପୁଅ) – ରାଜ୍ୟର ସମନ୍ୱିତ ବିକାଶ କରିବା ରାଜ୍ୟ ସରକାରଙ୍କ ଗୁରୁ ଦାୟିତ୍ୱ। କେବଳ ଭୁବନେଶ୍ୱର କେନ୍ଦ୍ରୀକ ବିକାଶ ରାଜ୍ୟର ଆଂଚଲିକ ବୈଷମ୍ୟ ଦୂର କରିବାରେ ବଡ ଅନ୍ତରାୟ ସୃଷ୍ଟୀ କରୁଛି। ରାଜ୍ୟର ଭାତହାଣ୍ଡୀ କୁହାଯାଉଥିବା ବରଗଡ ଜିଲ୍ଲା ଏବେ ରାଜ୍ୟର କେନ୍ସର ରାଜଧାନୀରେ ପରିଣତ ହୋଇସାରିଛି। ରାଜ୍ୟର ସର୍ବାଧିକ କେନ୍ସର ରୋଗୀ ବରଗଡ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଟାଟା ମେମୋରିଅଲର ଦସ୍ତାବେଜ ଅନୁସାରେ ପଂଜାବର ଭଟିଣ୍ଡା ଦେଶର ସର୍ବାଧିକ କେନ୍ସର ରୋଗୀ ରହିଥିବା ଜିଲ୍ଲା, ଏହାପରେ ଆମ ରାଜ୍ୟର ବରଗଡ ଅଂଚଳରେ କେନ୍ସର ରୋଗୀଙ୍କ ସଂଖ୍ୟା ଦେଶର ଦ୍ୱିତିୟ ସର୍ବାଧିକ। ଯଦିଓ ବରଗଡରେ ରାଜ୍ୟର ସର୍ବାଧିକ କେନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ପଶ୍ଚିମାଂଚଳରେ ବହୁ ସଂଖ୍ୟାରେ କେନ୍ସର ରୋଗୀ ରହିଛନ୍ତି ତଥାପି ଏହି ଅଂଚଲରେ କେନ୍ସର ରୋଗ ଚିହ୍ନଟ ଏବଂ ଚିକିତ୍ସା ପାଇଁ କୋ÷ଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ପଶ୍ଚିମାଂଚଳରୁ ରୋଗୀ ମାନେ ବାରମ୍ବାର ଭୁବନେଶ୍ୱର ଯାଇ ଚିକିତ୍ସା କରାଇବା ଯେତିକି କଷ୍ଟସାଧ୍ୟ ସେତିକି ଖର୍ଚ୍ଚାନ୍ତ ମଧ୍ୟ କରାଉଛି। ଏହି ମର୍ମରେ କେନସ୍ସର ରୋଗୀଙ୍କ ପାଇଁ ଟାଟା ମେମୋରିଏଲ ସହଯୋଗରେ ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ନୁତନ କେନ୍ସର ହସ୍ପିଟାଲକୁ ବରଗଡ ଜିଲ୍ଲାରେ ସ୍ଥାପନ କରିବାକୁ ଗତ ଅଗଷ୍ଟ ୦୮ ତାରିଖରେ ପଶ୍ଚିମାଂଚଲ ଏକତା ମଂଚ ଦାବି କରିସାରିଛି। ଗତ ୩୧ ତାରିଖରେ ବଲାଙ୍ଗିରରେ ଭୀମ ଭୋଇ ମେଡିକାଲ କଲେଜ ଉଦଘାଟନ ଅବସରରେ ପଶ୍ଚିମାଂଚଲ ଏକତା ମଂଚ ର ଆବାହକ ଭବାନୀ ଶଙ୍କର ଭୋଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଆଳୋଚନା କରିବା ସହ ବରଗଡରେ କେନ୍ସର ରୋଗ ବ୍ୟାପିବାର କାରଣ ଏବଂ ନିରାକରଣ ଖୋଜିବା ପାଇଁ ଏକ ବିଷେଷଜ୍ଞ ଦଳ ପଠାଇବା ଏବଂ ବରଗଡରେ ଏକ କେନ୍ସର ହସ୍ପିଟାଲ ସ୍ଥାପନ ପାଇଁ ପଶଚିମାଂଚଲ ଏକତା ମଂଚ ପକ୍ଷରୁ ଅନୁରୋଧ କରିଥିଲେ। ରାଜ୍ୟ ସରକାର ପ୍ରସ୍ଥାବ ଦେଲେ ଏହା ଉପରେ ପଦକ୍ଷେପ ନେବାକୁ ସେ ସମ୍ମତି ପ୍ରଦାନ କରିଥିଲେ। ଏହାସହ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଏହି କଥାକୁ ଦୋହରାଇଥିଲେ।ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ରମନ୍ତ୍ରୀ କହିଥିଲେଯେ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଆଚାର୍ଯ୍ୟ ହରିହର ଆଂଚଲିକ କର୍କଟ କେନ୍ଦ୍ରକୁ ୫୦୦ କୋଟୀ ଟଙ୍କା ଆର୍ଥିକ ଅନୁଦାନ ନିକଟ ଅତିତରେ କେନ୍ଦ୍ର ପକ୍ଷରୁ ଯୋଗାଇ ଦିଆଯାଇଛି। ତେଣୁ ରାଜ୍ୟ ସରକାର ବରଗଡ ପାଇଁ ଯେତେଶିଘ୍ର ପ୍ରସ୍ତାବ ଦେବେ କେନ୍ଦ୍ର ପଦକ୍ଷେପ ଗ୍ରହଣ କରିବ ବୋଲି ଆଶ୍ୱାସନା ଦେଇଥିଲେ। ଟାଟା ମେମୋରିଅଲର ସର୍ତ ମୁତାବକ ବିମାନ ବନ୍ଦର ସୁବିଧା ଥିବା ଅଂଚଳରେ କେନ୍ସର ହପ୍ ିଟାଲ ପ୍ରତିଷ୍ଠା କରାଯାଇପାରିବ। ଖୁସିର ବିଷୟ ଆସନ୍ତା ୨୨ ତାରିଖ ଝାରସୁଗୁଡା ବିମାନ ବନ୍ଦର ଲୋକାର୍ପଣ ହେବାକୁ ଯାଉଛି। ଏଣୁ ବିଷେଷଜ୍ଞ ଡାକ୍ତରଙ୍କ ଯାତାୟତ ପାଇଁ କୋ÷ଣସି ଅସୁବିଧା ରହିବ ନାହିଁ। ପୁଣି ହଜାରହଜାର କେନ୍ସର ରୋଗୀ ସୁଦୁର ଭୁବନେଶ୍ୱରକୁ ଯାଇ ଖର୍ଚ୍ଚାନ୍ତ ହେବା ବଦଳରେ ଅଧିକ ରୋଗୀ ଥିବା ଅଂଚଳରେ କେନ୍ସର ହସ୍ପିଟାଲ ସ୍ଥାପନ ହେଲେ ଲୋକେ ନିଜ ପାଖରେ ଚିକିତ୍ସିତ ହେବା ସହ ସରକାରଙ୍କ ଲୋକାଭିମୁଖୀ ମନୋଭାବକୁ ଅନୁଭବ କରିପାରିବେ। ବରଗଡରେ କେନ୍ସର ହସ୍ପିଟାଲ ସ୍ଥପନ ଦାବିକୁ ନେଇ ବର୍ତମାନ ଯେଭଲି ଭାବରେ ସମଗ୍ର ଅଂଚଳରେ ଆନ୍ଦୋଳନ ମୁଣ୍ଡ ଟେକିଲାଣି ଆଗାମୀ ଦିନରେ ଏହା ସରକାରଙ୍କ ପାଇଁ ଏବଂ ଜନସାଧାରଣଙ୍କ ପାଇଁ କ୍ଷତିକାରକ ତଥା ମୁଣ୍ଡବ୍ୟବଥାର କାରଣ ନହେଉ ବୋଲି ପଶ୍ଚିମାଂଚଲ ଏକତା ମଂଚ ସରକାରଙ୍କ ଦୃଷ୍ଟୀ ଆକର୍ଷଣ କରୁଛି। ଏଣୁ ଆପଣଙ୍କଠାରେ ନିମ୍ନ ଲିଖିତ ଦାବି ଗୁଡିକ ଉପସ୍ଥାପନ କରୁଛି ଓ ଏହା ଉପରେ ଆପଣ ଖୁବଶିଘ୍ର ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରୁଛି। ୧) ଯଥା ଶିଘ୍ର ରାଜ୍ୟ ସରକାର ବରଗଡ ଜିଲ୍ଲାରେ କେନ୍ସର ବ୍ୟାପିବାର କାରଣ ଏବଂ ନିରାକରଣ ଖୋଜିବା ପାଇଁ କେନ୍ଦ୍ରରୁ ଏକ ବିଷେଷଜ୍ଞ ଟିମ ପଠାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଅନ୍ତୁ। ୨) ଯେପର୍ଯ୍ୟନ୍ତ ବରଗଡ ଠାରେ ଟାଟା ମେମୋରିଏଲର ସ୍ଥାୟୀ କେମ୍ପସ ପ୍ରତିଷ୍ଠା ନେହୋଇଛି ସେତେଦିନ ଯାଏଁ କର୍କଟରୋଗୀ ମାନଙ୍କର ସୁବିଧା ଏବଂ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ପାଇଁ ଅଖୀଲ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାର କର୍କଟ ରୋଗ ବିଭାଗର ଏକ ସାଟେଲାଇଟ ସେଂଟର ସ୍ଥାପନ କରିବାକୁ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ଦିଅନ୍ତୁ। ୩) ରାଜ୍ୟ ସରକାର ନିଜେ ଚାହିଁଲେ ଆଚାର୍ଯ୍ୟ ହରିହର ଆଂଚଲିକ କର୍କଟ କେନ୍ଦ୍ରର ମଧ୍ୟ ଏକ ସେଟେଲାଇଟ ସେଂଟର ବରଗଡ ଜିଲ୍ଲାରେ ଯଥାଶିଘ୍ର ସ୍ଥାପନ କରାଯାଇ ପାରିବ। ପଶ୍ଚିମାଂଚଲ ଏକତା ମଂଚ ଏଠାରେ ଅନୁଭବ କରୁଛି ଯେ ଉପରୋକ୍ତ ଦାବି ଗୁଡିକ ଉପରେ ରାଜ୍ୟ ସରକାର ଯେତେଶିଘ୍ର ପଦକ୍ଷେପ ଗ୍ରହଣ କରିବେ ଅଂଚଲର ବହୁ କର୍କଟ ରୋଗୀଙ୍କ ଜୀବନ ରକ୍ଷା ପାଇବା ସହ ରୋଗୀ ଓ ରୋଗୀଙ୍କ ପରିବାର ଶାରୀରିକ, ମାନସିକ ଏବଂ ଆଥିକ କ୍ଷତିରୁ ମଧ୍ୟ ରକ୍ଷାପାଇବେ। ରାଜସ୍ୱ କମିଶନରଙ୍କୁ ଦାବି ପତ୍ର ଦେବା ସମୟରେ ପଶ୍ଚିମାଂଚଲ ଏକତା ମଂଚ ଆବାହକଭବାନୀ ଶଙ୍କର ଭୋଇ, କାର୍ଯ୍ୟକ୍ରମ ସଂଯୋଜକସମୀର ରଂଜନ ବାବୁ, ସଂଯୋଯକ ମାନସ ରଂଜନ ବକ୍ସୀ, ବରଗଡ କେନ୍ସର ଫାଇଟର ଫୋରମର କବି ମହାରଣା, ଚନ୍ଦ୍ରଶେଖର ନାୟକ, ସମୀର ହୋତା, ଶାଶ୍ୱତ ପଣ୍ଡା, କାମେଶ ବାଗ, ଶର୍ବାଶିଶ ବେବର୍ତା, କୃଷ୍ଣଚନ୍ଦ୍ର ଦାସ, ରାହୁଲ ମୋଦକ, ଶଙ୍କର ମେହେର, ମୋନୁ ଶର୍ମା, ବିପ୍ଳବ ଡଦସନା, ଅରୁଣ ଦାସ, ଶିବ ପ୍ରସାଦ ମେହେର, ଅଭିଷେକ ସୁନା, ଆକାଶ ପଟନାୟକ, ଅଜୟ ନାଥ, ରିଂକୁ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ଭବାନୀ ଶଙ୍କର ଭୋଇ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top