ଗଞ୍ଜାମ

ବନ ମହୋତ୍ସବ ପାଳନ

ଗଂଜାମ ୩୧-୭ (ଓଡ଼ିଆ ପୁଅ/ପବିତ୍ର ପାତ୍ର) ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଆଲପୁର ହାଇସ୍କୁଲରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି। ସବୁଜ ବଳୟ ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀଙ୍କୁ ଏହାର ଆବଶ୍ୟକତା ଓ ଉପକାରୀତା ସଂପର୍କରେ ସଚେତନ କରିବା ଉଦ୍ଦ୍ୟେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ହିଞ୍ଜିଳି ବ୍ଲକ୍ ଶିକ୍ଷାଧିକାରୀ ଉମାଚରଣ ତ୍ରିପାଠୀ, ନନ୍ଦିକ କଷ୍ଟର ସିଆର୍ସିସି ଯାଦବ ସାହୁ, ପରିଚାଳନା କମିଟି ସଦସ୍ୟ ମନୋଜ କୁମାର ପୋଲେଇ ଓ ଅନ୍ୟ ସଦସ୍ୟ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବିଦ୍ୟାଳୟରେ ପହଂଚି ବ୍ଲକ ଶିକ୍ଷାଧିକାରୀ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଆଲୋଚନା କରିବା ସହ ୧ ଘଂଟା ଧରି ବିଜ୍ଞାନ ବିଷୟଗତ ଶିକ୍ଷାଦାନ କରିଥିଲେ। ବିଇଓଙ୍କ ଏଭଳି ନିଷ୍ଠାରେ ମୁଗ୍ଧ ହୋଇ ଉପସ୍ଥିତ ପରିଚାଳନା କମିଟି ସଦସ୍ୟ, ଅଭିଭାବକ ଆନନ୍ଦ ପ୍ରକାଶ କରିବା ସହ ବିଇଓଙ୍କୁ ସାବାସି ଦେଉଥିବା ଦେଖିବାକୁ ମିଳିଥିଲା। ବିଇଓ ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଜଳାୟୁ ପରିବର୍ତ୍ତନ, ପ୍ରାକୃତିକ ବିପର୍ଯ୍ୟୟ, ଗ୍ଲୋବାଲ ୱାର୍ମିଂର କାରଣ ଓ ନିରାକରଣ ସଂପପର୍କରେ ସୁନ୍ଦର ଭାବେ ବୁଝାଇଥିଲେ। ଏହି ଅବସରରେ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଗହଣରେ ବିଦ୍ୟାଳୟ ହତାରେ ବୃକ୍ଷରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ କୈଳାସ ପତି ଦାସ ପରିଚାଳନା କରିବା ସହ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ବିଶ୍ୱରଂଜନ ବିଷୋୟୀ, ଯଜ୍ଞ ନାରାୟଣ ପାଢ଼ୀ, ବୁଲୁ ଦଳାଇ, ବାବୁଲାଲ୍ ସ୍ୱାଇଁ, ବି.ସରାପାତ୍ର, ଚନ୍ଦ୍ରଶେଖର ରଥ, ରଂଜନ ଜେନା, ତାଜମହଲ ପୋଲାଇ, ଉମାଚରଣ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top