ବନ ମହୋତ୍ସବ ଅବସରରେ ରାଜଭବନରେ ରାଜ୍ୟପାଳଙ୍କ ଦ୍ୱାରା ଚାରା ରୋପଣ

ଭୁବନେଶ୍ୱର, ୫.୭.୨୦୧୮ (ଓଡ଼ିଆ ପୁଅ) ବନ ମହୋତ୍ସବ ଅବସରରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜଭବନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରଂଭ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଲାଲ ଓ ରାଜ୍ୟର ପ୍ରଥମ ମହିଳା ସୁଶୀଳା ଦେବୀ ରୂଦ୍ରାକ୍ଷ, ଅଶୋକ, ଦେବଦାରୁ, ଚମ୍ପା ଓ ଆମ୍ବଆଦି ଚାରା ରୋପଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ. ବେଣୁଗୋପାଳ, ରାଜ୍ୟପାଙ୍କ ସ୍ୱତନ୍ତ୍ର ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନ, ଚିତ୍ତରଂଜନ ମହାନ୍ତି ଓ ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ ଉପସ୍ଥିତ ରହି ଚାରା ରୋପଣ କରିଛନ୍ତି। ରାଜଭବନର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଜ ବାସଭବନ ପରିସରରେ ବୃକ୍ଷ ରୋପଣ କରିବା ସହ ଗଛର ଯତ୍ନ ନେବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ରାଜଭବନରେ ଆୟୋଜିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମରେ ଭାରତ ସ୍କାଉଟ୍ ଓ ଗାଇଡ଼୍, ସେଂଟ ଜନ ଆଂବୁଲାନ୍ସ ଓ ଭାରତୀୟ ରେଡ଼କ୍ରସ୍ ସୋସାଇଟିର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ। ରାଜ୍ୟପାଳ ବନ ମହୋତ୍ସବର ବର୍ତ୍ତାକୁ ପ୍ରସାର କରିବା ସହ ନିଜ ନିଜ ସ୍ତରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *