ଓଡ଼ିଶା

ବନ ବିଭାଗ ଟେମ୍ପୋରାରୀ ଷ୍ଟାଟସ୍ କର୍ମଚାରୀଙ୍କ ଦାବି :୬ଷ୍ଠ ବେତନ ଅନୁଯାୟୀ ୭ମ ବେତନ ସର୍ବନିମ୍ନ ଟ.୧୬, ୬୦୦ ପ୍ରଦାନ କରାଯାଉ

ଭୁବନେଶ୍ୱର, ତା୧୨/୬(ଓଡ଼ିଆ ପୁଅ) ଓଡ଼ିଶା ବନବିଭାଗ ଅଧିନରେ କେନ୍ଦୁଲିଫ୍, ଟେରିଟୋରିଆଲ୍ ଓ ୱାଇଲ୍ ଡ ଲାଇଫ୍ ସଂସ୍ଥାମାନଙ୍କରେ ୨୫ ରୁ ୩୦ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀ ଯେଉଁମାନେ କି ଡି.ଏଲ୍ .ଆର.ରୁ ଟେମ୍ପୋରା ଷ୍ଟାଟସ୍ କୁ ୨୦୧୨ ମସିହାରେ ସମନ୍ୱିତ ହୋଇସାରିଛନ୍ତି, ସେମାନଙ୍କୁ ୭ମ ବେତନ ଅନୁଯାୟୀ ସର୍ବନିମ୍ନ ୧୬, ୬୦୦ ଟଙ୍କା ଦେବାକୁ ଓଡ଼ିଶା ବନ ଟି.ଏସ୍ . ଗ୍ରୁପ୍ ‘ଡି’/ ‘ସି’ ସରକାରୀ କର୍ମଚାରୀ ସଂଘ ଦାବି କରିଛି। ସଂଘର ସଭାପତି ବଳଭଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଓଡ଼ିଶା ବିଭାଗୀୟ ମୁଖ୍ୟଦପ୍ତର ସ୍ୱଳ୍ପବେତନଭୋଗୀ ସରକାରୀ କର୍ମଚାରୀ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସଭାରେ ଶତାଧିକ କର୍ମଚାରୀ ନିଷ୍ପତ୍ତି ନେଇଛନ୍ତିଯେ, ଷଷ୍ଠ ବେତନ କମିଶନ ଅନୁଯାୟୀ ୭ମ ବେତନ କମିଶନ ଲାଗୁ କରିବା ପାଇଁ ଟେମ୍ପୋରାରୀ ଷ୍ଟାଟସ୍ କର୍ମଚାରୀଙ୍କ ନିମନ୍ତେ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି, ସର୍ବନିମ୍ନ ୧୬, ୬୦୦ ଟଙ୍କା ଦେବାକୁ ପି.ସି.ସି.ଏଫ୍ . ତାଙ୍କ ପତ୍ରରେ ସରକାରଙ୍କୁ ସୁପାରିଶ କରିଥିଲେ ମଧ୍ୟ ରାଜ୍ୟ ଅର୍ଥ ବିଭାଗ ଏଥିରେ ମାରଣନୀତି ସାଜି ଠିକା କର୍ମଚାରୀଙ୍କୁ ଯେଉଁ ୮, ୦୬୦ଟଙ୍କା ବେତନ ପ୍ରଦାନ କରାଯାଉଛି, ସେହି ଅନୁଯାୟୀ ଦେବାକୁ ନିର୍ଦ୍ଦେଶ ଜାରି କରିଥିବାରୁ କର୍ମଚାରୀଙ୍କ ମନରେ ଘୋର ଅସନ୍ତୋଷ ବୃଦ୍ଧି ପାଇଛି। ସଂଘର ସାଧାରଣ ସମ୍ପାଦକ ଦିଲ୍ଲୀପ କୁମାର କହିଛନ୍ତିଯେ, ନନ୍ଦନକାନନରେ କାର୍ଯ୍ୟରତ ୧୧୪ କର୍ମଚାରୀଙ୍କୁ ୱାର୍କଚାର୍ଜଡ୍ କୁ ସମ୍ମୁନ୍ନତ କରାଯାଇଥିବା ବେଳେ ସେହିଭଳି ଅନ୍ୟ କର୍ମଚାରୀଙ୍କୁ କେଉଁ କାରଣ ପାଇଁ ୱାର୍କଚାର୍ଜଡ୍ କୁ ସମ୍ମୁନ୍ନତ କରାଗଲା ନାହିଁ ସେଥିନେଇ ଅଭିଯୋଗ କରିବା ସହ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ପନ୍ଦର ଦିନ ମଧ୍ୟରେ ୭ମ ବେତନ କମିଶନ ଅନୁଯାୟୀ ସର୍ବନିମ୍ନ ୧୬, ୬୦୦ ପ୍ରଦାନ କରାନଗଲେ ଓ ସମସ୍ତ ଟି.ଏସ୍ . କର୍ମଚାରୀଙ୍କୁ ୱାର୍କଚାର୍ଜଡ୍ କୁ ସମ୍ମୁନ୍ନତ କରାନଗଲେ କର୍ମଚାରୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଚେତାବନି ଦିଆଯାଇଛି। ଏହି ବୈଠକରେ ଏନ୍ .ଆର.ଇ.ସି.ସି.ର ସାଧାରଣ ସମ୍ପାଦକ ଗଗନ ଭଞ୍ଜ, ମୁଖ୍ୟଦପ୍ତର କର୍ମଚାରୀ ସଂଘର ସଭାପତି ଗଙ୍ଗାଧର ସ୍ୱାଇଁ ଓ ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ଦାସ ଏବଂ ସର୍ବଭାରତୀୟ କର୍ମଚାରୀ ନେତା ଅଜୟ ନାୟକ ଉପସ୍ଥିତ ଥିଲେ। ଅପରାହ୍ନରେ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ବଳଭଦ୍ର ସ୍ୱାଇଁ-ସଭାପତି, ଜନେସ୍ ଦିଗଲ-ଉପସଭାପତି, ଦିଲ୍ଲୀପ କୁମାର- ସାଧାରଣ ସମ୍ପାଦକ, ମନୋଜ ପଣ୍ଡା-କାର୍ଯ୍ୟାଳୟ ସମ୍ପାଦକ, ନବକିଶୋର ଦଳେଇ- ସଂଗଠନ ସମ୍ପାଦକ, ଶରତ ଚନ୍ଦ୍ର ଜେନା- ଅର୍ଥ ସମ୍ପାଦକ ଏବଂ ଅନ୍ୟ ଆଠ ଜଣ କାର୍ଯନିର୍ବାହୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ଅଜୟ ନାୟକ, ଗଙ୍ଗାଧର ସ୍ୱାଇଁ ଓ ଗଗନ ଭଞ୍ଜ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top