ବନ ବିଭାଗର ଆଇନକୁ ଖୁଲମଖୋଲା ଉଲ୍ଲଘନ , ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ସରକାରୀ ଜଙ୍ଗଲକୁ ନିଜ ହାତକୁ ନେଇ ୪୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟିଥିବାର ଅଭିଯୋଗ ହୋଇଛି

ହରିଚନ୍ଦନପୁର,ତା୨୨.୦୩(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଦେଓବନ୍ଧ ବନବିଭାଗ ଅଧିନସ୍ଥ ଜିରାଙ୍ଗ ଗ୍ରାମ ପଞ୍ଚାୟତର ପେଣ୍ଠଡହିି ଗ୍ରାମରେ ୩ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମିରୁ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ଗଛ କାଟି କୁକୁଡା ଫାର୍ମ କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଛନ୍ତି ଯେ ୩ ଏକରରୁ ଉର୍ଦ୍ଧ୍ୱ ଜଙ୍ଗଲ ଜମିକୁ ସରକାରୀ ବାବୁ ଜଣଙ୍କ ନିଜ ହାତକୁ ନେଇ ୪୦ରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଗଛ କାଟି କୁକୁଡା ଫାର୍ମ କରିବାକୁ ଉକ୍ତ ଜମିରେ ଗାତ ଖୋଳିଥିବାର ଦେଖିଥିଲେ । ଅଭିଯୋଗକୁ ନେଇ ଆମ ପ୍ରତିନିଧି ସନ୍ତୋଷପୁର ଠାରେ ଥିବା ଜେ.ପି.ଏସ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତକୁ ଭେଟିଥିଲେ । ବେଆଇନ ଭାବେ ଜଙ୍ଗଲ ଜମିକୁ ଅକ୍ତିଆର କରିବା ସହ ବନବିଭାଗର ବିନା ଅନୁମତିରେ ମୂଲ୍ୟବାନ ଗଛ କାଟିବା ବାବଦରେ ପଚାରିଥିଲେ ,ପ୍ରଧାନ ଶିକ୍ଷକ ସିଧା ସଳଖ ଭାବେ କହିଥିଲେ ଯେ ଏହି ଜମିରୁ ଗଛ କାଟିବାକୁ ନେଇ କାହାକୁ ପଚାରିବା ଆମର ଆବଶ୍ୟକ ନାହିଁ ଓ ମୁଁ ମୋ ବାପା ଅମଳାରୁ ଅକ୍ତିଆର କରିଥିବା ଜମିରେ କଣ କରିବି କଣ ନାହିଁ ତାହା କାହାକୁ ପଚାରିବା କିଛି ଆବଶ୍ୟକ ନାହିଁ । ଗ୍ରାମବାସୀଙ୍କ କହିବା ଅନୁସାରେ ଉକ୍ତ ଜଙ୍ଗଲରୁ ବର୍ଷ ସାରା ଜାଳେଣୀ କାଠ ସହ ଜାଳେଣି ପାଇଁ ବର୍ଷ ସାରା ପତ୍ର ଗୋଟାଇ ଚଳୁଥିଲୁ ,କିନ୍ତୁ ଏହି ପ୍ରଧାନ ଶିକ୍ଷକ ଏହି ଜଙ୍ଗଲ ଜମିକୁ ନିଜ ଅକ୍ତିଆରକୁ ନେବା ସହ ତାର ଜାଲିର ଘେରାଉ କରିବାକୁ ନେଇ ଗ୍ରାମରେ ଅଶାନ୍ତିର ବାତାବରଣ ଖେଳି ଯାଇଛି । ଗ୍ରାମବାସୀଙ୍କ ଅଭିଯୋଗକୁ ନେଇ ଆମ ପ୍ରତିନିଧି ଦେଓବନ୍ଧ ବନବିଭାଗର ଅଧିକାରିଣୀ ମନମୋହିନୀ ମହାନ୍ତିଙ୍କୁ ଏବାବଦ ନେଇ ଫୋନ ଯୋଗେ ଜଣାଇଥିଲୁ । ସେ କହିଥିଲେ କି ଏ ବାବଦରେ ମୋ ପାଖକୁ କିଛି ଅଭିଯୋଗ ଆସିନାହିଁ । ଆପଣ ଦେଇଥିବା ଅଭିଯୋଗ ଅନୁସାରେ ଘଟଣାସ୍ଥଳକୁ ଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବୁ ।

Leave a Reply

Your email address will not be published. Required fields are marked *