ବନ କର୍ମଚାରୀ ଙ୍କ ଉପରେ ଆକ୍ରମଣ କରି କାଠଗାଡ଼ି ଛଡାଇ ନେଲେ , କାଠ ଜବତ, ମାମଲା ଥାନାରେ

ପାଟଣା , ତା୦୮/୦୮(ଓଡ଼ିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଦିନକୁ ଦିନ କାଠ ମାଫିଆଙ୍କ ଦୈରାତ୍ମ୍ୟ ବଢିବାରେ ଲାଗିଛି । କାଠ ମାଫିଆ ମାନେ ଦିବାଲୋକରେ କାଠ ଚୋରା ଚାଲାଣ କରୁଥିବା ବେଳେ ଏକ ପିକଅଫ୍ ଭ୍ୟାନ ଯୋଗେ ପାଟଣାକୁ କାଠ ଚୋରା ଚାଲାଣ ହେଉଥିବା ସୂଚନା ପାଇ ପାଟଣା ବନ ବିଭାଗ ପକ୍ଷରୁ ପାଟଣା ବନପାଳ ଅମୁଲ୍ୟ କୁମାର ସେନାପତି , ବନରକ୍ଷୀ ଲକ୍ଷ୍ମୀପ୍ରିୟା ସେନାପତି , ପାଟଣା ଥାନ ହୋମଗାର୍ଡ ଅମରେନ୍ଦ୍ର ମିଶ୍ର ପ୍ରମୁଖ କାଠ ବୋଝେଇ ପିକଅପ୍ ଭ୍ୟାନକୁ ଧରିବା ପାଇଁ ବୈତରଣୀ ନଦୀ ନିକଟରେ ଜଗିରହି ଥିବା ବେଳେ ବନ କର୍ମଚାରୀ ଙ୍କୁ ଦେଖି ହଡବଡେଇ ଯିବା ସହ ଏକ ବାଇକ୍ କୁ ସାଇଡ୍ ମାରି କାଠ ବୋଝେଇ ଗାଡିଟି ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ବନ କର୍ମଚାରୀ ଓ ପୋଲିସ ପହଁଚି କାଠକୁ ଜବତ କରିବା ସହ ଓଲଟି ପଡିଥିବା ଗାଡିକୁ ଉଠାଇଥିବା ବେଳେ କାଠ ମାଫିଆ ମାନେ ବନ କର୍ମଚାରୀ ଙ୍କୁ ମାଡ ମାରିବା ସହ ଗାଡି ନେଇ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛି । ତେବେ ବନ ବିଭାଗ କେବଳ ୪୦ ହଜାରରୁ ଉର୍ଦ୍ଧ୍ବ ମୂଲ୍ୟର କାଠ ଜବତ କରିବା କରିଛି । ଏଥି ସହିତ କାଠ ମାଫିଆଙ୍କ ଆକ୍ରମଣର ଶୀକାର ହୋଇଥିବା ବନ କର୍ମଚାରୀ ପକ୍ଷରୁ ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପାଟଣା ପୋଲିସ ଏହି ଘଟଣାରେ ଗାଡି ମାଲିକ ବିଜୟ କୁମାର ସାହୁ ଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଦିବାଲୋକରେ କାଠ ଚାଲାଣ ସହ ବନ କର୍ମତାରୀଙ୍କୁ ଆକ୍ରମଣ ଘଟଣା କାଠ ମାଫିଆଙ୍କ ପ୍ରାଦୃଭାବ ସହ ବନ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *