କୋରାପୁଟ

ବନ୍ୟା ମୁକାବିଲା ପ୍ରସ୍ତୁତି ବୈଠକ

କୋରାପୁଟ ; ତା୨୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ସ୍ଥାନୀୟ ସଦଭାବନା ସଭାଗୃହରେ କୋରାପୁଟ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଜିଲା ପ୍ରକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗ ଆନୁକୂଲ୍ୟରେ ସମ୍ଭାବ୍ୟ ବନ୍ୟା ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲାପାଳ ସୁଜାତା ମିଶ୍ର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଲ୍ପ ନିର୍ଦ୍ଦେଶକ ଦେବେନ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲା ସ୍ତରୀୟ ଅଧିକାରୀ, ଜିଲାର ସମସ୍ତ ବିଡିଓ, ତହସିଲଦାର, ପୌର ନିର୍ବାହି ଅଧିକାରୀ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବୈଠକ ପ୍ରାରମ୍ଭରେ ଜିଲା ଜରୁରୀ କାଳୀନ ଅଧିକାରୀ ଦେବବ୍ରତ କରାତି ସ୍ୱାଗତ ଭାଷଣ ଦେବା ସହ ଜିଲାର ସମ୍ଭାବ୍ୟ ବନ୍ୟା ଆଶଙ୍କା ଅଂଚଳ ଗୁଡିକ ଉପରେ ବିବରଣୀ ଉପସ୍ଥାପନ କରିଥିଲେ। ସୂଚନା ଅନୁଯାୟୀ କୋରାପୁଟ ଜିଲାର କୋଟପାଡ, ଜୟପୁର, ବୋରିଗୁମ୍ମା ଓ କୁନ୍ଦୁରା ବ୍ଲକ ଅନ୍ତର୍ଗତ ୧୨ଟି ପଂଚାୟତର ୬୯ଟି ଗାଁକୁ ବନ୍ୟା ଆଶଙ୍କା ଗ୍ରାମ ଭାବେ ଚିହ୍ନଟ କରାଯାଇଛି। ଚଲିତ ରୁତୁରେ ବନ୍ୟା ପରିସ୍ଥିତି ଉପଜିଲେ ପ୍ରଭାବୀତ ଲୋକଙ୍କୁ ଜୟପୁର ବ୍ଲକର ବାଲିଆ, ବୋରିଗୁମ୍ମା ବ୍ଲକର ଭିତରବାଡି ଏବଂ କୋଟପାଡ ବ୍ଲକର ସୋଡରଙ୍ଗାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳିକୁ ସ୍ଥାନାନ୍ତର କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ବନ୍ୟା ସମୟରେ ଲୋକଙ୍କୁ ଉଦ୍ଧାର ପାଇଁ ବର୍ତମାନ ଜିଲା ପ୍ରଶାସନ ନିକଟରେ ୩୨ଟି ମୋଟର ଚାଳିତ ଡଙ୍ଗା ଓ ୫୦ଟି ଦେଶୀ ଡଙ୍ଗା ଥିବାବେଳେ ଚଳିତ ବର୍ଷ ୩୦ଟି ପାୱାର ବୋଟ୍ କିଣା ଯିବାକୁ ଟେଣ୍ଡର ଡକା ଯାଇଥିବା ଜଣା ପଡିଛି। ସେହିପରି ଜିଲାରେ ପଟ୍ଟାଙ୍ଗି ବ୍ଲକରେ ୨, କୋରାପୁଟରେ ୧, ସେମିଲିଗୁଡାରେ ୨ ଓ ନନ୍ଦପୁର ବ୍ଲକରେ ୨ଟି ମୋଟ ୭ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ସମ୍ବାବ୍ୟ ବନ୍ୟା ଅଂଚଳରେ ଆଗତୁରା ଖାଦ୍ୟ ସାମଗ୍ରୀ, କିରୋସିନି, ଔଷଧ ଇତ୍ୟାଦି ଗଛିତ ରଖିବାକୁ ଜିଲାପାଳ ଶ୍ରୀ ଚକ୍ରବର୍ତି ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top