ଜିଲ୍ଲା ପରିକ୍ରମା

ବନ୍ୟା ପ୍ରପିଡିତ ଙ୍କୁ ସହାୟତା ମିଳିନଥିବାରୁ ରାଜରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କଲେ ପୋଟେରୁ ଅଚଂଳର ଶତାଧିକ ଗ୍ରାମବାସୀ

ମାଲକାନଗିରି,୨୨ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ପୋଟେରୁ ଅଚଂଳ ବନ୍ୟାରେ ଅଧିକ ପ୍ରଭାବିତ ହୋଇ ଅନେକ କ୍ଷୟ କ୍ଷତି ଘଟିଥିଲେ ବି ଜିଲ୍ଲାପ୍ରଶାସନ ପକ୍ଷରୁ ଠିକ ଭାବେ ବନ୍ୟାପ୍ରଭାବିତ ଅଚଂଳବାସିଙ୍କୁ ସହାୟତା ଯୋଗାଇ ଦିଆଯାଇ ନଥିବାର ଅଭିଯୋଗ କରି ପୋଟେରୁ ଅଚଂଳର ଶତାଧିକ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସକାଳେ ପୋଟେରୁ କାଲିମେଳା ମୁଖ୍ୟରାଜପଥରେ ଶତାଧିକ ମହିଳା ପୁରୁଷ ପିଲାଛୁଆ ଧରି ଟାୟାରଜାଳି ରାସ୍ତାରୋକ ସହ ଆନ୍ଦୋଳନ କରିଛନ୍ତି । ଲଘୁଚାପ ଡାଏ ର ପ୍ରଭାବରେ ବିଶେଷ କରି ପୋଟେରୁ ଅଚଂଳରେ ବନ୍ୟାଦ୍ୱାରା ଶତାଧିକ ଘର ଭାଙ୍ଗି ଯିବା ସହ ଅନେକ ଗ୍ରାମବାସୀ ବାସହରା ହୋଇ ଯାଇଛନ୍ତି । ଅନେକ ଲୋକଙ୍କ ଘର ଏବେ ବି ପାଣିଘେରରେ ରହିଛି । ବନ୍ୟାପ୍ରଭାବିତ ଅଚଂଳରେ ସାତଦିନ ଧରି ରିଲିଫ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ବି ପୋଟେରୁ ଅଚଂଳର ଅନେକ ଗ୍ରାମବାସୀ ଆଜି ପର୍ଯ୍ୟନ୍ତ କୌଣସି ସରକାରି ସାହାଯ୍ୟ କି ରିଲିଫ ପାଇପାରି ନାହାଁନ୍ତି । ଗୋଟିଏ ପଟେ ବନ୍ୟାରେ ଘରେ ପାଣି ଅନ୍ୟପଟେ ପୋଟେରୁ ରେ ଗତ ତିନିଦିନ ହେଲା ବିଦ୍ୟୁତ ସେବା ବନ୍ଦରହିବାରୁ ଗ୍ରାମବାସୀ ମାନେ ଅନ୍ଧାରରେ ନାହିଁ ନଥିବା ହଇରାଣ ହେଉଛନ୍ତି । ବନ୍ୟାପାଣିରେ ବିଷଧର ସାପ ଓ ଶରୀସୃପ ମାନେ ଅନ୍ଧାରରେ ଘରେପ୍ରବେସ କରୁଥିବାରୁ ଗ୍ରାମବାସୀ ମାନେ ଭୟଭିତ ହୋଇପଢିଛନ୍ତି । କେବଳ ବଦଲି ଗ୍ରାମପଚାଂୟତ ଗୃହରେ ଆଶ୍ରୟ ନେଇଥିବା କିଛି ଲୋକଙ୍କୁ ଜିଲ୍ଲାପ୍ରଶାସନ ଗତକାଲି ରନ୍ଧାଖାଦ୍ୟ ଓ ରିଲିଫ ଯୋଗାଇ ଦେଇଥିବା ବେଳେ ବନ୍ୟାପ୍ରପିଡିତ ଅନ୍ୟ ଗ୍ରାମବାସୀ ମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ରିଲିଫ କି ସହାୟତା ଯୋଗାଇ ଦିଆଯାଇନଥିବାର ଶତାଧିକ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଆଜି ସକାଳ୧୦ଟା ଠାରୁ  ପିଲାଛୁଆ ଧରି ପୋଟେରୁ ଠାରେ ମାଲକାନଗିରି କାଲିମେଳା ମୋଟୁ ମୁଖ୍ୟରାସ୍ତା କୁ ଅବରୋଧ କରି ଶତାଧିକ ଗ୍ରାମବାସୀ ମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହନ ଅଟକି ରହିଥିଲା । ଘଟଣାସ୍ଥଳରେ ପୁଲିସ ଓ ଜିଲ୍ଲାପ୍ରଶାସନିକ ଅଧିକାରୀ ମାନେ ପହଁଚି ସେମାନଙ୍କୁ ବୁଝାସୁଜା କଲାପରେ ଅପରାହ୍ନ ୨ଟାରେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି ,

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top