ଓଡ଼ିଶା

ବନ୍ୟା ଦେଇଗଲା ଦୁଃଖ : ଚାଷବାସ ଗଲା, ବିପନ୍ନଙ୍କୁ ମିଳିଲାନି ସହାୟତା

ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକରେ ବୈତରଣୀ ନଦୀର ପ୍ରଳୟଙ୍କାରୀ ବନ୍ୟା ସଂପ୍ରତି ଦୁଃଖ ଦେଇଯାଇଛି। ବନ୍ୟାର କରାଳ ରୂରେ ଚାଷୀର ବର୍ଷକର ଅମଳ ନଷ୍ଟ ହେଲା। କିଛି ସ୍ଥାନରେ ବନ୍ୟା ବିପନ୍ନଙ୍କ ଘର ମଧ୍ୟ ଉଜୁଡିଗଲା। ବନ୍ୟା ସମୟରେ ସରକାର ବନ୍ୟା ବିପନ୍ନଙ୍କୁ ୭ ଦିନର ରିଲିଫ ସହାୟତା ମିଳିବ ବୋଲି ଘୋଷଣା କରିଥିଲେ। ହେଲେ ବିପନ୍ନଙ୍କ ସମେତ ଗୋ’ ସଂପଦ ପାଇଁ ୭ ଦିନର ରିଲିଫ ବଦଳରେ ପ୍ରଶାସନ ପକ୍ଷରୁ କେବଳ ଗୋଟିଏ ଓଳି ରନ୍ଧାଖାଦ୍ୟ ଓ ଗୃହପାଳିତ ପଶୁଙ୍କ ପାଇଁ ଘର ପିଛା ୨ କେଜିର ଗୋ’ଖାଦ୍ୟ ମିଳିଛି ବୋଲି ବିପନ୍ନ ପରିବାର ଅଭିଯୋଗ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ୧୦ ପଞ୍ଚାୟତରୁ ୮ଟିକୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଏବଂ ଅନ୍ୟ ଦୁଇ ପଞ୍ଚୟତକୁ ଅଧା କ୍ଷତିଗ୍ରସ୍ତ ଘୋଷଣା କରାଯାଇଥିଲା ସେଥିରେ(ଆରଡି, ସୁନ୍ଦରପୁର, ନାନ୍ଦପୁର ଓଳଗ, ଭୁଇବୃର୍ତ୍ତୀ, ତେନ୍ତୁଲିଡିହ, ଘଟପୁର, ମାଧପୁର)କୁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଓ (ଖେରଙ୍ଗ, ନାଲଗୁଣ୍ଡା) ପଞ୍ଚାୟତକୁ ସରକାର ଅଧା କ୍ଷତିଗ୍ରସ୍ତ ଅଞ୍ଚଳ ଘୋଷଣା କରିଥିଲେ। ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ସହ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଥିଲା। ହେଲେ ବନ୍ୟା ପରେ ପ୍ରଶାସନିକ ଅଧିକାରୀମାନେ ଆଉ ଧରାଛୁଆଁ ଦେଉନାହାନ୍ତି। ୮ ପଞ୍ଚାୟତ ମଧ୍ୟରୁ ଓଳଗ ପଞ୍ଚାୟତର ଜେନାସାହି, ବେହେରାସାହି ଆରଡି ପଞ୍ଚାୟତର ମୁଆଁଗାଁ ଏବଂ ତେନ୍ତୁଲିଡିହିର ଡିହବିଲ, ଭୁଇବୃର୍ତ୍ତୀ ପଞ୍ଚାୟତର ଧାନଖଣିଆ, ବହଡିହ, ଗରିପୁର ଗାଁର ବିପନ୍ନଙ୍କ ଅବସ୍ଥା ଦେଖିଲେ ତାହା ପ୍ରଶାସନିକ ଅଧିକାରୀଙ୍କ ପାରିବା ପଣିବା ଉପରେ ପ୍ରଶ୍ନ ଉଠିଛି। କିଛି ଗାଁରେ ପ୍ରଶାସନିକ ଅଧିକାରୀମାନେ ଗାଁ ନବୁଲି ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ଚାଲିଛନ୍ତି। ଏଥିନେଇ ପିସିସି ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି ବନ୍ୟାଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଆଜି ଯାଏ ସରକାର କୌଣସି ସହାୟତା ଯୋଗାଇ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top