ଜିଲ୍ଲା ପରିକ୍ରମା

ବନ୍ୟାର ସପ୍ତାହକ ପରେ ମଧ୍ୟ ଭଦ୍ରକ ବ୍ଲକ୍ ଗୁଜିଦରଡା ପଂଚାୟତ କମାଲପୁର-୩ ର ଦୁର୍ଦ୍ଦଶାର ଅନ୍ତନାହିଁ, ସରକାରୀ ସହାୟତା ଶୂନ, ସ୍ୱେଚ୍ଛାସେବୀ ସଂଗଠନ ହିଁ ଭୋକିଲାଙ୍କୁ ଭରସା

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) –  ଭଦ୍ରକରେ ଲଘୁଚାପ ବର୍ଷା ଜନିତ ବନ୍ୟାକୁ ୮ଦିନ ପୂରିଥିଲେ ବି ଏବେବି ଏହି ବ୍ଲକ୍ର ଗୁଜିଦରଡା ଓ ବିଷ୍ଣୁପୁରବିନ୍ଧାବାସୀଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତ ଘଟିନାହିଁ । ଆଜି  ଏହି ପ୍ରତିନିଧି ଗୁଜିଦରଡାର ପଂଚାୟତକୁ ଗସ୍ତ କରିଥିବାବେଳେ କମାଲପୁର-୩ ଗ୍ରାମବାସୀଙ୍କ ବୟାନରୁ ଉକ୍ତ ଅଂଚଳବାସୀ ଏପର୍ଯ୍ୟନ୍ତ ଜଳବନ୍ଦୀରେ ଥାଇ ଭୋକ ଉପାସରେ ରହୁଥିଲେ ମଧ୍ୟ ପ୍ରଶାସନର କେହି ସେଠାରେ ନପହଞ୍ଚôବା ବିଷୟକୁ ଉପଲବ୍ଧô କରିଥିଲା । ଜିଲା ପ୍ରଶାସନ ପକ୍ଷରୁ ଇତିମଧ୍ୟରେ ବନ୍ୟାଘେରରେ ଥିବା ସମସ୍ତ ବ୍ଲକ୍ର ଲୋକ ଓ ପଶୁସଂପଦକୁ ରନ୍ଧାଖାଦ୍ୟ ଠାରୁ ଆରମ୍ଭ କରି ଚୂଡା, ଚାଉଳ, ଗୁଡ ଓ ଗୋଖାଦ୍ୟ ଦିଆଯାଇଥିଲେ ମଧ୍ୟ ଏମାନେ ସେଥିରୁ ବଂଚିତ ହେବା ବିଷୟ କମାଲପୁର-୩ ଗ୍ରାମର ୮୦ ବର୍ଷର ବୃଦ୍ଧ ସେକ୍ ଇଲିୟାସ ଛଳଛଳ ଆଖିରେ କହିଥିଲେ । ଅନୁରୂପ କୋରେସା ବିବି ଓ ମଜତୁନ ବିବି ସେମାନଙ୍କର କଚ୍ଚାଘର ପାଣିଘେରରେ ଥାଇ କିଭଳି ୭ଦିନ ହେବ ଚୂଲି ଜଳିନାହିଁ, ସେ ବିଷୟ ଏ ପ୍ରତିନିଧିଙ୍କୁ କହିଥିଲେ । ସେକ୍ ହୁଣ୍ଡା, ସେକ୍ ଧଣ୍ଡୋ, ସେକ୍ ଗୁଫୋ ଓ ସେକ୍ ବାବୁ ଏତେଦିନ ଧରି ସେମାନେ ଧସିପଡିବା ଅବସ୍ଥାକୁ ଆସିଥିବା ସେମାନଙ୍କ ଘରକୁ ଜଗି କୌଣସି କାମଧନ୍ଦାକୁ ଯାଇନପାରି କିଭଳି ପିଲାଛୁଆଙ୍କୁ କେବଳ ପାଉଁରୁଟି ଓ ବିସ୍କୁଟ ଖୁଆଇ ବଂଚାଇ ରଖିଛନ୍ତି, ତାହା ଜଣାଇଥିଲେ । ସବୁଠାରୁ ଦୁଃଖର କଥା ଏହି ଗ୍ରାମକୁ ଯିବାପାଇଁ ଥିବା କଚ୍ଚା ଓ ବିପର୍ଯ୍ୟସ୍ତ କଂକି୍ରଟ୍ ପକ୍କା ରାସ୍ତାଗୁଡିକ ପାଣି ସୁଅରେ ନଷ୍ଟ ହୋଇଯିବା ସହ ଅନେକ ସ୍ଥାନରେ ଘାଇ ହୋଇଯାଇଥିବାରୁ ଲୋକମାନେ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହିଛନ୍ତି । କେତେକ ସ୍ଥାନରେ ଲୋକେ ଓ ଛୋଟ ଛୁଆମାନେ ବିପଦ ଜନକ ଭାବେ ନିଜେ ତିଆରି କରିଥିବା ବାଉଁଶ ଚାରାରେ ଯାତାୟତ କରୁଥିବାର ଦେଖାଯାଇଛି । ବନ୍ୟାର ୮ଦିନ ପରେ ମଧ୍ୟ କେତେକ ଲୋକେ ନିଜ ନିଜର ବାସସ୍ଥାନ ଛାଡି ଟ୍ରଲିରେ ଜିନିଷପତ୍ର ବୋହି ନେଉଥିବାର ଦୃଶ୍ୟ ଏ ପ୍ରତିନିଧିର ଆଖିରେ ପଡିଥିଲା ।  ଏହି ଗ୍ରାମବାସୀଙ୍କ ଏଭଳି ଦୁଃଖ ସମୟରେ କୌଣସି ରାଜନୈତିକ ପାତର ଅନ୍ତର ନରଖି ସ୍ଥାନୀୟ ଜନନେତାମାନେ ସେମାନଙ୍କୁ ସହାୟତା କରିବା ଉଚିତ୍ ବୋଲି ଗ୍ରାମର ବୟୋଜ୍ୟେଷ୍ଠ ଯୁବ ମୁରବୀ ସେକ୍ ହୁଣ୍ଡା ନିଜ ପ୍ରତିକି୍ରୟାରେ କହିଥିଲେ । ତେବେ ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ଗୁଜିଦରଡାର ସମଝପୁର ଅଂଚଳର “କୁଦୁସିୟା ଇସ୍ଲାହ କମିଟି” ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏବେ ଦୁର୍ଦ୍ଦିନରେ ଥିବା ଏହି ଲୋକଙ୍କ ପାଇଁ ଦେବଦୂତ ସାଜିଛି । କମିଟିର ନିଦେ୍ର୍ଦଶକ ଏମ୍ଡି ଫାରୁକ୍ଙ୍କ ନେତୃତ୍ୱରେ ସେକ୍ ଆସିଦୁଲ, ଅବଦୁଲ ଖାଲିବ୍, ସେକ୍ କସି, ରାଜେଶ ସାହା ଓ ସେକ୍ ଲାଲୁ ପ୍ରମୁଖ ଯୁବ ସ୍ୱେଚ୍ଛାସେବୀମାନେ ବହୁକଷ୍ଟରେ ଚୁଡା, ବିସ୍କୁଟ ଓ ଚିନିର ପ୍ୟାକେଟ୍ ନେଇ ଏହି ଲୋକଙ୍କୁ ବଣ୍ଟନ କରିଛନ୍ତି । ମାତ୍ର ସେମାନଙ୍କର ଏହି ସହାୟତା ସମୁଦ୍ରକୁ ଶଙ୍ଖେ ହୋଇଥିବାରୁ ଜିଲା ପ୍ରଶାସନ ପକ୍ଷରୁ ଏହି ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top