ଜିଲ୍ଲା ପରିକ୍ରମା

ବନ୍ୟାରେ ହଜାର ହଜାର ହେକ୍ଟର ଜମିରେ ଧାନଚାଷନଷ୍ଟ,ଚାଷୀ ମୁଣ୍ଡରେ ହାତ

ମାଲକାନଗିରି,୨୨ା୯(ଓଡିଆ ପୁଅ ) ଗତ୨୦ତାରିଖ ଠାରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳବର୍ଷା ହୋଇ ବନ୍ୟାପରିସ୍ଥତି ସୃଷ୍ଟିହୋଇଛି । ଜିଲ୍ଲାର ବିଭିନ୍ନ ଅଚଂଳରେ ଥିବା ଚାଷଜମିରେ ପାଣିପଶି ବାଲିଚର ହୋଇ ହଜାର ହଜାର ହେକ୍ଟର ଧାନ ଚାଷ ନଷ୍ଟ ହୋଇ ଯାଇଛି ।ବିଶେଷ କରି କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ପଚାଂୟତ ର ମୁଦାଖାଲ,ଉସକାପାଲି,ଦରାଗୁଡା ଗ୍ରାମରେ ଶହ ଶହ ହେକ୍ଟର ଚାଷ ଜମିରେ ପାଣିପ୍ରବେସ କରି ଧାନକ୍ଷତ ପଚି ନଷ୍ଟ ହୋଇ ଯାଇଛି । ଏହି ସବୁଗ୍ରାମର  ଗରିବ ଆଦିବାସୀ ଚାଷୀ କାନାସୋଡି,ଉଙ୍ଗାକବାସି,ଭିମା ମାଡକାମି,ଦେବା ସୋଡି,କସାସୋଡି,ପଦିଆ କବାସୀ,ଦେବା କବାସିଙ୍କ ଧାନଚାଷ ସମ୍ପୁର୍ଣ୍ଣ ଭାବେ ପାଣିରେ ବୁଡି ରହି ପଚି ନଷ୍ଟହୋଇ ଯାଇଛି । ଏମାନେ ଅତ୍ୟନ୍ତ ଗରିବ କୁଲିମଜୁରୀ ଲାଗି ଧାର କରଜ କରି ଧାନଚାଷ କରିଥିଲେ ,ସେମାନଙ୍କ ଧାନଫସଲ ନଷ୍ଟହୋଇ ଯାଇଥିବାରୁ ଧାରକରଜ କିପରି ସୁଜିବେ ସେନେଇ ଚିନ୍ତିତ ହୋଇ ମୁଣ୍ଡରେ ହାତଦେଇ ମନଦୁଃଖରେ ଚାଷ ଜମିନିକଟରେ ବିସିବାର ଦେଖିବାକୁ ମିଳିଛି । ଠିକ ସେହିପରି ମାଲକାନଗିରି,କାଲିମେଳା, ପଡିଆ, କୋରକୁଣ୍ଡା,ମାଥିଲି, ଚିତ୍ରକୋଣ୍ଡା, ଖଇରପୁଟ,କୁଡୁମୁଲ୍ୁଗୁମ୍ମା,ବାଲିମେଳା, ପଦ୍ମଗିରି, ପାଣ୍ଡ୍ରୀପାଣି, ଏମଭି୭୯, ଏମଭି୭୨,ଏମଭି୧୯,ତାର୍ଲାକୋଟା ବିଭିନ୍ନ ଅଚଂଳର ହଜାର ହଜାର ହେକ୍ଟର ଚାଷଜମି ଏବେ ବି ବୁଡିରହି ଧାନଫସଲ ନଷ୍ଟହୋଇ ଯାଇଥିଲେ ବି ଜିଲ୍ଲାକୃଷିବିଭାଗ ପକ୍ଷରୁ କୌଣସି ଅଧିକାରୀ କ୍ଷୟ କ୍ଷତିର ବିବରଣୀ ସଂଗ୍ରହ ପାଇଁ ଚାଷୀମାନଙ୍କ ନିକଟରେ ପହଁଚି ନଥିବାର ଚାଷୀ ମାନେ ଅଭିଯୋଗ କରିଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top