ଜିଲ୍ଲା ପରିକ୍ରମା

ବନ୍ୟାଜଳରେ ବୁଡି ଶିଶୁପୁତ୍ରର ମୃତୁ୍ୟ

ଭଦ୍ରକ,୪ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ)  –  ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତ ଡିହକୂଳସାହି ଗ୍ରାମର ସୁରେଶ ବିଶ୍ୱାଳଙ୍କ ୪ବର୍ଷର ଶିଶୁପୁତ୍ର ସତ୍ୟସୁନ୍ଦର ଆଜି ବନ୍ୟାଜଳରେ ବୁଡି ମୃତୁ୍ୟ ହୋଇଛି । ସତ୍ୟ ଖେଳୁଥିବା ଅବସ୍ଥାରେ ଘରପାଖରେ ଥିବା ଏକ ଗଡିଆରେ ପଡିଯାଇଥିଲେ । ବନ୍ୟାଜଳ ଏହି ଗଡିଆ ସହିତ ଚାଷଜମିରେ ଭରପୁର ଥିବାରୁ ବୁଡି ଯାଇଥିଲା । ଘର ଲୋକ ଖୋଜାଖୋଜି କରିବା ବେଳେ ଗଡିଆରେ ଭାସୁଥିବା ଦେଖିବାକୁ ପାଇଥିଲେ । ତାକୁ ଗଡିଆରୁ ଉଦ୍ଧାର କରି ସଂଗେ ସଂଗେ ଧୁଷୁରୀ ପରେ ଭଦ୍ରକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବରପାଇ ଧୁଷୁରୀ ପୁଲିସ ଘଟଣାସ୍ଥଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହିତ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରିଛି । ଏହି ଦୁଃଖଦ ଖବର ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଖବରପାଇ ପୂର୍ବତନ ସରପଞ୍ଚ ଦୟାନିଧି ମିଶ୍ର, ସମାଜସେବୀ ହରିହର ରାଉତ, ବାବୁ ସାହୁ ଗ୍ରାମରେ ପହଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top