ଜିଲ୍ଲା ପରିକ୍ରମା

ବନ୍ଧୁତ୍ବ ଦିବସରେ ସୂନ୍ଦର ପରିବେଶ ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି ଜିସିଡିର ୧୯୯୮ ଛାତ୍ର

ରାୟଗଡା ୬-୮ (ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) ସହର ପୌରପରିଷଦ ଅଞ୍ଚଳରେ ପରିମଳ ବ୍ୟବସ୍ଥା ଭୁଶୁଡି ପଡିଥିବା ସହ ଡେଙ୍ଗୁଜ୍ବର ଭୟଙ୍କର ରୂପ ନେଇଛି। ଜଣକ ପରେ ଜଣକ ଚିକିତ୍ସିତ ହେବା ପାଇଁ ଆନ୍ଧ୍ର ପ୍ରଦେଶ ଯିବା ସହ ଅଧିକ ଖର୍ଚ୍ଚାନ୍ତ ହୋଇଥାନ୍ତି। ସହରରେ ସଚେତନତା ଅଭାବ ରହିଛି ଏବଂ ପୌରପରିଷଦ ଆବର୍ଜନା ସଠିକ ଭାବରେ ସଫେଇ କରାନଯିବାରୁ ଯେଉଁଠି ଦେଖିବା କୁଡ଼ କୁଡ଼ ପଡିରହିଛି। ଏହିସବୁ ଦୃଷ୍ଟିରେ ରଖି ଗୋବିନ୍ଦ ଚନ୍ଦ୍ର ଦେବ ହାଇସ୍କୁଲର ୧୯୯୮ ମସିହାର ୧୫ଜଣ ଛାତ୍ର ଏକତ୍ରିତ ହୋଇଥିଲେ। ବନ୍ଧୁତ୍ବ ଦିବସରେ ସହର ଉମାଶଙ୍କର ସିନେମା ହଲ ଓ ଶିବମନ୍ଦିର ଆଖପାଖ ଅଞ୍ଚଳ ସଫେଇ କରିବା ସହ କିଛି ସୂଚନାଫଳକ ଧରି ଘର ଘର ବୁଲି ସଚେତନତା ସୃଷ୍ଟି କରି ସୂନ୍ଦର ପରିବେଶ ଗଢିବା ପାଇଁ ବାର୍ତ୍ତା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନେତୃତ୍ବ ନେଇଥିବା ଛାତ୍ର ମାନେ ହେଲେ ବି ସ୍ବେଚ କୁମାର, ଜି ହରିକ୍ରିଷ୍ଣା, ଉମାଶଙ୍କର ପାଢୀ, କୁନା ରମେଶ, ଦିପକ ରାଉତ, ଅମେନ ନାଥ ଏବଂ ହରି ପଟ୍ଟନାୟକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top