ଓଡ଼ିଶା

ବନ୍ଧୁକ ମୁନରେ ଲଙ୍କାଗୁଣ୍ଡ ଛାଟି ଲୁଟିନେଲେ ୧ ଲକ୍ଷ ୨୫ ହଜାର

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ସହରର ଜଣେ ବିଶିଷ୍ଟ ସାଇକେଲ୍ ଷ୍ଟୋର ମାଲିକଙ୍କ ଆଖିରେ ଲଙ୍କାଗୁଣ୍ଡ ଛାଟି ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ବିଳମ୍ବିତ ରାତିରେ ସହରର କଚେରୀ ବଜାରରେ ଥିବା ଏକ ସାଇକଲ ଷ୍ଟୋରର ମାଲିକ ସଂଜୀବ ସାହୁ ନିଜ ଦୋକାନ ବନ୍ଦ କରି ଅପର୍ତ୍ତିବିନ୍ଧା ରାସ୍ତା ଦେଇ ବାଙ୍କାବଜାରସ୍ଥ ଘରକୁ ଫେରୁଥିଲେ। ଶ୍ରୀ ସାହୁ ବାଇକରେ ଯାଉଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଅନ୍ୟ ଏକ ବାଇକରେ ଆସି ଶ୍ରୀ ସାହୁଙ୍କଠାରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ। ଏ ସଂପର୍କରେ ଶ୍ରୀ ସାହୁ ଟାଉନ ଥାନାରେ ରାତିରେ ରିପୋର୍ଟ କରିବା ପରେ ପୁଲିସ ଛାନଭିନ କରିଥିଲେ ବି ସଫଳତା ମିଳି ନଥିଲା। ପ୍ରକାଶ ଥାଉକି, ୪ ଦିନ ତଳେ ସହରର ଡିଆରଡିଏ ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ଦୁର୍ବୃତ୍ତମାନେ ଦେଢ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ସହରରେ ଲୁଟେରାଙ୍କ ଏହି ଆତଙ୍କକୁ ନେଇ ବ୍ୟବସାୟୀମାନେ ଛାନିଆ ହୋଇଛନ୍ତି। ଏହା ଜିଲା ପୁଲିସ ପ୍ରଶାସନ ପାଇଁ ଏକ ଚାଲେଞ୍ଜ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top