ବନ୍ଧୁକ ମୁନରେ ରେପ କରୁଥିଲା ମଦରସା ସଞ୍ଚାଳକ

ଲକ୍ଷ୍ନୌ ୩୧-୧୨ (ଓଡ଼ିଆ ପୁଅ) ଉତ୍ତର ପ୍ରଦେଶର ଲକ୍ଷ୍ନୌର ସହାଦତଗଞ୍ଜ ନାମକ ସ୍ଥାନରେ ଏକ ମଦରସାରେ ଛାତ୍ରୀମାନଙ୍କ ସହିତ ଯୌନ ଶୋଷଣର ଆରୋପରେ ଗିରଫ ମହମ୍ମଦ ତୈୟବ ଜିୟାର ସମ୍ବନ୍ଧରେ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସମ୍ମୁଖକୁ ଆସୁଛି।

ମଦରସାରେ ରହୁଥିବା ଛ୍ରତ୍ରୀମାନେ ଚାଇଲ୍ଡ ୱେଲଫେଆର କମିଟିର ଅଧିକାରୀମାନଙ୍କୁ କହିଛନ୍ତିଯେ, ଆରୋପୀ ବନ୍ଧୁକର ମୁନରେ ଛାତ୍ରୀମାନଙ୍କୁ ରେପ କରୁଥିଲା।

ପୀଡିତା ଛାତ୍ରୀମାନଙ୍କ କହିବା ଅନୁଯାୟୀ ସଞ୍ଚାଳକ ତୈୟବ ଜିୟା ନିଜ ପାଖରେ ଏକ ପିସ୍ତଲ ରଖୁଥିଲା। ସେହି ପିସ୍ତଲରେ ମଦରସାରେ ରହୁଥିବା ଛାତ୍ରୀମାନଙ୍କୁ ଡରାଉଥିଲା। ଏପରିକି ମଦରସାରେ ରହୁଥିବା ଏକ ଝିଅ ସହିତ ବିବାହ ମଧ୍ୟ କରିବାକୁ ଚାହୁଁଥିଲା ସେ।  ତା’ର ମନା କରିବା ପରେ ତା’କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା। ଚାଇଲ୍ଡ ୱେଲଫେଆର କମିଟିର ସାମନାରେ ସମସ୍ତ ପୀଡ଼ିତ ଛାତ୍ରୀମାନେ ଏହି ଅଭିଯୋଗ କରିଛନ୍ତି।

ଗତ ଶୁକ୍ରବାରଦିନ ରାତିରେ ଛାପା ପଡ଼ିବା ପରେ ପୁଲିସ ଛାତ୍ରୀମାନଙ୍କୁ ମଦରସାରୁ ମୁକ୍ତ କରାଇଲା। ସେଠାରୁ ବାହରକୁ ଆସିବା ପରେ ଛାତ୍ରୀମାନେ ଭିତରେ ଚାଲୁଥିବା ପାପର ଖେଳର ଖୁଲାସା କରିବା ପରେ ସମସ୍ତଙ୍କର ହୋସ ଉଡିଯାଇଥିଲା।

ଏକ ଛାତ୍ରୀ ଚିଠି ଲେଖିକରି ମଦରସା ଭିତରେ ନିଜ ଉପର ହେଉଥିବା ଅତ୍ୟାଚାରର ବୟାନ ଦେଇଥିଲା। ଏପରିକି ସେ ଚିଠି ଲେଖି ବାହରକୁ ଫୋପାଡ଼ିଥିଲା।

ଛାତ୍ରୀଟି ଲେଖିଥିବା ଚିଠି ମୁତାବକ ମଦରସାରେ ପଢୁଥିବା ଛାତ୍ରୀମାନଙ୍କ ଉପରେ କାଜୀଙ୍କର ଖରାପ ନଜର ଥିଲା। କାଜୀ ଛାତ୍ରୀମାନଙ୍କୁ ଅଶ୍ଲୀଳ ଡାନ୍ସ କରିବା ପାଇଁ ବାଧ୍ୟ କରୁଥିଲା। ନିଜର କଳାକାରନାମାକୁ ଛୁପାଇବାପାଇଁ କାଜୀ ଛାତ୍ରୀମାନଙ୍କୁ ଡରାଉଥାଲା ଏବଂ ଧମକାଉଥିଲା ମଧ୍ୟ। ଏଥିପାଇଁ ଆଜିପର୍ଯ୍ୟନ୍ତ ଛାତ୍ରୀମାନେ ଚୁପ ଥିଲେ। କାଜୀ ଦିନେ ରାତିରେ ଏକ ବାଳିକାକୁ କିଚେନକୁ ଡାକି ତା’ର ସହିତ ଅଶ୍ଲୀଳତା କରିବା ପରେ ରେପ କରିଥିଲା।

Leave a Reply

Your email address will not be published. Required fields are marked *