ଅନୁଗୁଳ

ବନ୍ଧୁକ ମୁନରେ ଆନ୍ଧ୍ର ବ୍ୟାଙ୍କରୁ ନଗଦ ଅର୍ଥ ଓ ସୁନାଗହଣା ଲୁଟ

ଅନୁଗୋଳ, ୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଥାନା ଅନ୍ତର୍ଗତ ବଜାରଛକଠାରେ ଥିବା ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଛନ୍ତି ଲୁଟେରା। ବନ୍ଧୁକ ମୁନ୍ରେ ଲୁଟି ନେଇଛନ୍ତି ୨୨ଲକ୍ଷରୁ ନଗଦ ଅର୍ଥ ଓ ସୁନାଗହଣା। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ସାଧାରଣ ଗ୍ରାହକଭାବେ ୬ଜଣ ଲୁଟେରା ବ୍ୟାଙ୍କରେ ପଶି ବ୍ୟାଙ୍କ କର୍ମଚାରୀ ଏବଂ ଉପସ୍ଥିତ ଉପଭୋକ୍ତାଙ୍କୁ ବନ୍ଧୁକ ଦେଖାଇ ଡରାଇବାସହ ଏକ ରୁମ୍ ରେ ଭର୍ତି କରି ଦେଇଥିଲେ। ସେମାନଙ୍କର ମୋବାଇଲଗୁଡ଼ିକୁ ନେଇଯାଇ ତାଲା ପକାଇ ଦେଇଥିଲେ। ପରେ ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍ ଖୋଲି ସେଠାରେ ଥିବା ଲକରଗୁଡ଼ିକୁ ଭାଙ୍ଗି ସୁନାଗହଣା ଏବଂ ୨୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଚମ୍ପଟ ମାରିଥିଲେ। ସୂଚନା ପାଇ ଅନୁଗୋଳ ଏସପି ମିତ୍ରଭାନୁ ମହାପାତ୍ର ଏବଂ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ବନ୍ଦ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ଏବଂ ଏହାପରେ ତଦନ୍ତ ଆରମ୍ଭ କରିଥିଲେ। ଲୁଟେରାମାନେ ୨ଟି ବାଇକରେ ଆସି ଏପରି କାଣ୍ଡ କରିଥିବାର ଜଣାପଡ଼ିଛି। କେତେ ପରିମାଣରେ ନଗଦ ଅର୍ଥ ଏବଂ ସୁନାଗହଣା ଲୁଟ କରାଯାଇଛି ତାହାର ତଦନ୍ତ କରାଯାଉଛି। ପୋଲିସ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରି ତନାଘନା ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top