ଅପରାଧ

ବନ୍ଧୁକ ଦେଖାଇ ଅପହରଣ ଉଦ୍ୟମ

ଯୋଡା- ତା ୦୬/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଦିନକୁ ଦିନ ଯୋଡା ସହର ଅପରାଧିଙ୍କ ଚରାଭୂମି ପାଲଟୁଛି। ଭୁଜାଲି, ବନ୍ଧୁକ ଦେଖାଇ ଲୁଟ, ଅପରହଣ ଘଟଣା ନିତିଦିନିଆ ଘଟଣାରେ ପରିଣତ ହେବାକୁ ବସିଲାଣି। ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ପ୍ରାୟ ୧୦ ଘଟିକା ସମୟରେ ସମ୍ଭୁ ଚୌଧୁରୀ ନାମକ ଜଣେ ବ୍ୟବସାୟୀ ତାଙ୍କ ମୋଟରସାଇକେଲ ଯୋଗେ କୁନ୍ଦୁରୁନାଲାସ୍ଥିତ ଘରକୁ ଫେରୁଥିବା ସମୟରେ ଡିଏଭି ସ୍କୁଲ ଛକ ନିକଟରେ ୪ ଜଣ ଦୁବୁତ୍ତ ଝାଡଖଣ୍ଡ ନମ୍ବର ଥିବା ଏକ ଆପାଚି ମୋଟରସାଇକେଲରେ ଆସି ତାଙ୍କୁ ଅଟକାଇବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କରି ମୋଟରସାଇକେଲରେ ଅନ୍ୟ ଦୁଣ ଜଣ ବସି ତାଙ୍କୁ ମଝିରେ ବସାଇ ଅପରହଣ କରିନେବାକୁ ଉଦ୍ୟମ କରିଥିଲେ। ତେବେ ଦୁବୁର୍ତ୍ତମାନେ ତାଙ୍କୁ ନେଇଯାଉଥିବା ସମୟରେ ଟାଟା କମ୍ପାନୀଙ୍କ ମେଡିକାଲ ଗେଟ ନିକଟରେ ସେ ମୋଟରସାଇକେଲରୁ ଡେଇଁ ପଡିଥିଲେ। ସେହି ସମୟରେ କିଛି ଲୋକ ସେଠାରେ ରୁଣ୍ଡ ହୋଇଯିବାରୁ ଦୁବୁର୍ତ୍ତମାନେ ମୋଟରସାଇକେଲଟିକୁ ନେଇ ସେଠାରୁ ଚମ୍ପଟ ମାରିଥିଲେ। ତେବେ ସମ୍ଭୁ ଚୌଧୁରୀଙ୍କର ଗୋଡରେ ଆଘାତ ବାଜିବା ଯୋଗୁଁ ତାଙ୍କର ଆଣ୍ଠୁର ଗୁଲି ଖସିବା ସହ ଗୋଡର ହାଡ ଭାଙ୍ଗିଯାଇଥିଲା। ତାଙ୍କୁ ସ୍ଥାନୀୟ କେତେକ ବ୍ୟକ୍ତି ଟାଟା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଜଣାପଡିଛି। ସମ୍ଭୁ ଚୈାଧୁରୀଙ୍କର ଘର ଯୋଡା ପୌରପାଳିକା ଅନ୍ତର୍ଗତ କୁନ୍ଦୁରୁନାଲାରେ ହୋଇଥିବା ବେଳେ ସେ ରୁଗୁଡି ଠାରେ ଏକ ଗ୍ରୋସରୀ ଦୋକାନ କରିଛନ୍ତି। ପ୍ରତ୍ୟେକ ରାତିରେ ସେ ଦୋକାନ ବନ୍ଦ କରି ଘରକୁ ଫେରିଥାନ୍ତି। ଏହି ଘଟଣାଟି ତାଙ୍କ ଠାରୁ ଟଙ୍କା ଲୁଟ ଉଦ୍ଦେଶ୍ୟରେ ଅପହରଣ କରାଯାଇଥିବା ଅନୁମାନ କରାଯାଉଛି। ଏ ନେଇ ସମ୍ଭୁ ଚୌଧୁରୀ ଯୋଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଦୁଇ ଦିନ ତଳେ ଆଜାଦ ନଗରରେ ଛୁରା ମାଡ ଘଟଣା ଘଟିଥିଲେ ମଧ୍ୟ ପୁଲିସ ମୁଖ୍ୟ ଆସାମୀକୁ ଗିରଫ କରିପାରିନାହିଁ। ତେବେ କର୍ମଚାରୀ ଅଭାବ ଥିବା ଦର୍ଶାଇ ପୁଲିସର ଢିଲା ପ୍ୟାଟ୍ରୋଲିଙ୍ଗ ଯୋଗୁ ଏପରି ଘଟଣା କ୍ରମାଗତ ଭାବେ ଘଟୁଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top