ଜିଲ୍ଲା ପରିକ୍ରମା

ବନ୍ତ ବ୍ଲକର ସାଧାରଣ ପରିଷଦ ବୈଠକ ‘ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ଗଣତନ୍ତ୍ରର ଭବିଷ୍ୟତ’

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଏହି ଜିଲାର ବନ୍ତ ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ପରିଷଦ ବୈଠକ ଶେଷ ହୋଇଛି। ଏହି ବୈଠକ ବ୍ଲକ ରାଜୀବ ଗାନ୍ଧୀ ସଭାଗୃହରେ ଆରମ୍ଭ ହୋଇଥିଲା। ବିଡିଓ ରେବକା ବିଲୁଙ୍ଗଙ୍କ ପୌରୋହିତ୍ୟରେ ଅଧ୍ୟକ୍ଷ ଦେବେନ୍ଦ୍ର ଜେନା ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଶୃଙ୍ଖଳିତ ଓ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ଉପସ୍ଥିତ ଜନପ୍ରତିନିଧି ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାହୀ ଅଧିକାରୀ ବିଭୁକିଶୋର ପାତ୍ର ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏଥିରେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ ଯୋଗଦେଇ ପଞ୍ଚାୟତ ସମିତି ବୈଠକ ଶ୍ରେଣୀଗୃହ ପରି, ଏଠାରେ ନିର୍ବାଚିତ ପ୍ରତିନିଧିମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନେଇ ଆଲୋଚନା କରି ନିଷ୍ପତ୍ତି ଗ୍ରହଣ କରିଥାନ୍ତି ବୋଲି କହିଥିଲେ। ଭଣ୍ଡାରିପୋଖରୀ ବିଧାୟକ ତଥା ମହିଳା ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ଗଣତନ୍ତ୍ରର ଭବିଷ୍ୟତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଜନ ପ୍ରତିନିଧିମାନେ ବେଶ ସକ୍ରିୟ। ସେମାନେ ·ହିଁଲେ ବ୍ଲକର ୨୫ ପଞ୍ଚାୟତରେ ଉନ୍ନତି କରି ରାଜ୍ୟରେ ଶ୍ରେଷ୍ଠ ବ୍ଲକର ମାନ୍ୟତା ପାଇ ପାରିବେ। ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ମଞ୍ଜୁଲାତା ଜେନା, ଜିଲାପରିଷଦ ସଭ୍ୟା ରେବତୀ ନାୟକ, ସଭ୍ୟ ପ୍ରଶାନ୍ତ କୁମାର ଦାଶ, ରବୀନ୍ଦ୍ର ଦାସ, ବିଧାୟକ ପ୍ରତିନିଧି ଯିତେନ୍ଦ୍ର ନାୟକ ପ୍ରମୁଖ ବକ୍ତବ୍ୟରେ ବ୍ଳକର ଉନ୍ନତି ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବନ୍ତ ସହକାରୀ କୃଷି ଅଧିକାରୀ ରମେଶଚନ୍ଦ୍ର ରାୟ ବ୍ଳକର ୧୮ ହଜାର ୮୬୫ ହେକ୍ଟର ଜମିରେ ସର୍ବାଧିକ ଧାନ·ଷ ହେଉଥିବା ବେଳେ ପନି ରିବା, ଝୋଟ, ହଳଦୀ, ଅଦା, ଆଖୁ ଆଦି ·ଷ ପାଇଁ ସୁବିଧା ସୁଯୋଗ ଥିବା କହି ·ଷୀଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦିଆଯାଉଛି ବୋଲି କହିଥିଲେ। ଧାଡିରୁଆ ନେଇ ନିଳୋକ ସରପଞ୍ଚ ଅଶୋକ ମହାନ୍ତି ଓ ବଡବର୍ଚ୍ଚିକୟାଁ ସରପଞ୍ଚ ବିଷ୍ଣୁ ଜେନା ଅଭିଯୋଗ ଆଣିଥିଲେ। ଉଦ୍ୟାନ କୃଷି ଅଧିକାରୀ ଅଭିମନ୍ୟୁ କର କାଜୁ, ଆମ୍ବ, ନଡିଆ ·ରା ଯୋଗାଇ ବ୍ୟାପକ ଉଦ୍ୟାନ ସୃଷ୍ଟି କରିବା ତାଙ୍କ ବିଭାଗର ଳକ୍ଷ୍ୟ ବୋଲି କହିଥିଲେ। ଅନ୍ୟମାନଙ୍କ ମ୍ମରେ ଶିକ୍ଷା ବିଭାଗର ଅତିରିକ୍ତ ଶିକ୍ଷାଧିକାରୀ ସୁରଥ କୁମାର ସାହୁ, ଯୋଗାଣ ଅଧିକାରୀ ସୁଶାନ୍ତ କୁମାର ସାହୁ, ସିଡିପିଓ ସୌଦାମିନୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ନିର୍ବାଚିତ ପ୍ରତିନିଧିମାନେ ଏହି ବ୍ଳକରେ ଆଙ୍ଗନବାଡି ଗୃହ, ଖାଦ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ ଠିକଠାକ ·ଲୁ ନାହିଁ ବୋଲି କହି ହୋ’ହାଲା କରିଥିଲେ। ଆଲୋଚନାରେ ସରପଞ୍ଚ କିଶୋର କିଙ୍କର ପଢିଆରୀ, କ୍ରୀଷ୍ଣା ମହାନ୍ତି, ଭାନୁମତୀ ଜେନା, ବିଜୟ ବିଶ୍ୱାଳ, ସତ୍ୟବାନ ଦାସ, ନିହାରିକା ରାଉତ, ସମିତି ସଭ୍ୟ ରବିନ୍ଦ୍ର ଧଳ, ରମେଶଚନ୍ଦ୍ର ପହି ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆରଡବ୍ଲ୍ୟୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ପଣ୍ଡା, ଜେଇ ବଳାରାମ ମହାନ୍ତି, ଭବାନିଶଙ୍କର ବେହେରାଙ୍କ ସମେତ ବ୍ଲକର ସମସ୍ତ କର୍ମ·ରୀ ପରି·ଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top