ଜିଲ୍ଲା ପରିକ୍ରମା

ବନ୍ତରେ ନୂତନ ଥାନା ଗୃହ ଉଦ୍ଘାଟିତ : ବନ୍ତବାସୀଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯିବ- ପୋଲିସ ଡ଼ିଜି

ଭଦ୍ରକ, ୧୩ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଳକରେ ଥିବା ୧୦୬ ବର୍ଷର ପୁରୁଣା ଥାନାକୁ ଆଜି ନୂତନ ନିର୍ମିତ ଗୃହକୁ ସ୍ଥାନାନ୍ତର କରାଯାଇଛି । ପୁରୁଣା ଥାନାରେ ସ୍ଥାନାଭାବ ତଥା କାର୍ଯ୍ୟକରୁଥିବା କର୍ମ·ରୀ ମାନେ ଅସୁବିଧା ଭୋଗ କରୁଥିବାରୁ ୫୮ ଲକ୍ଷ ଟଙ୍କାରେ ନିର୍ମିତ ଏହି ନୂତନ ଗୃହକୁ ରାଜ୍ୟ ପୋଲିସ ମହା ନିଦେ୍ର୍ଦଶକ ଡ଼. ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦ୍ଘାଟନ କରିଥିଲେ । ଓଡ଼ିଶା ପୋଲିସ ହାଉସିଂ ଏଣ୍ଡ ୱେଲଫେୟାର କର୍ପୋରେସନ ର ତତ୍ୱାବଧାନରେ ଏହି ନୂତନ ଗୃହ ନିର୍ମାଣ କରାଯାଇଛି । ଯେଉଁଥିରେ ଥାନା ଅଧିକାରୀଙ୍କ ଅଫିସ, ମହିଳା ଶିଶୁ ଡ଼େସ୍କ, ଅସ୍ତ୍ରାଗାର, ମାଲଖାନା, ହାଜତ ରୁମ, ମହିଳା ହାଜତ ରୁମ, ମହିଳା ଓ ପୁରୁଷ ଙ୍କ ପାଇଁ ଶୌ·ଳୟ ଓ ଗାଧୁଆଘର, ସଭା ଗୃହ ଇତ୍ୟାଦି ସୁବିଧା ରହିଛି । ପଣ୍ଡିତଙ୍କ ଦ୍ୱାରା ପୂଜାପାଠ ପରେ ଡ଼ିଜି  ଡ଼.ଶର୍ମା ଆନୁଷ୍ଠାନିକ ଭାବେ ଫିତା କାଟି ନୂତନ ଗୃହକୁ ଉଦଘାଟନ କରିଥିଲେ । ସ୍ଥାନୀୟ ସାଂସଦ ଅର୍ଜୁନ ଚରଣ ସେଠୀ, ଉପ ଆରକ୍ଷୀ ମହା ନିରୀକ୍ଷକ ପୂର୍ବାଞ୍ଚଳ ଶ୍ରୀଯୁକ୍ତ ଅମିତେନ୍ଦ୍ରନାଥ ସିହ୍ନା, ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ  ରାଜେଶ ପଣ୍ଡିତ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ବିକାଶ ଚନ୍ଦ୍ର ଦାସ, ଏସଡ଼ିପିଓ ଧାମନଗର ମନୋରଞ୍ଜନ ସାମଲ, ବନ୍ତ ଥାନା ଅଧିକାରୀ ଗଣେଶ୍ୱର ପ୍ରଧାନ, ଆଗରପଡ଼ା ଥାନା ଅଧିକାରୀ ମାନସ କୁମାର ଦେଓ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କ ସହ ଏକ ଅନୌପ·ରିକ ଆଲୋଚନାରେ ପୋଲିସ ମହାନିଦେ୍ର୍ଦଶକ କହିଲେ, ବନ୍ତ ଏକ ଶାନ୍ତିପୂର୍ଣ୍ଣ ଅଞ୍ଚଳ, ଏହି ଥାନା ଅଧିନରେ ସେପରି କୌଣସି ବଡ଼ ଅପରାଧିକ ମାମଲା ହେବାର ନଜିର ନାହିଁ ତେଣୁ ଥାନା ପକ୍ଷରୁ ଜନସାଧାରଣଙ୍କୁ ଉଚିତ ନ୍ୟାୟ ପ୍ରଦାନ ନେଇ ଗୁରୁତ୍ୱରୋପ କରିଥିବା ବେଳେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ସ୍ଥାନୀୟ ହୋମଗାର୍ଡ଼ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ ଥାନା ଏଏସଆଇ ବିରେନ୍ଦ୍ର କୁମାର ବେହେରା, ପ୍ରଦିପ୍ତ କୁମାର ମହାରଣା, ଅଭିମନୁ୍ୟ ମଲିକ, ଗୌରହରି ବାଗୁଡ଼ି, ସତ୍ୟରଞ୍ଜନ ଭୂୟାଁ, ଲକ୍ଷ୍ମଣ ଚରଣ ରାଉତ, ନୀଳମାଧବ ରାଉତ, ପାରମଣୀ ସୋରେନ, ଚମ୍ପାବତୀ ହେମ୍ବ୍ରମ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top