ବନେ୍ଦ ଉକôଳ ଜନନୀର ବୋଇତ ବନ୍ଦାଣ ଉସôବ ଆସନ୍ତା ୪ରେ

ଧର୍ମଶାଳା ୧/୧୧(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଳକ ମିର୍ଜାପୁର ପଞ୍ଚାୟତ ଅନ୍ତର୍ଗତ ଅରଙ୍ଗାବାଦ ସ୍ଥିତ ବନେ୍ଦ ଉକôଳ ଜନନୀ ଅନୁଷ୍ଠାନ ପକ୍ଷରୁ ୩୫ତମ ବୋଇତ ବନ୍ଦାଣ ଉସôବ ଓ ସାଂସ୍କୃତିକ ମିଳନ ସଭା ଆସନ୍ତା ୪ତାରିଖରେ ଅନୁଷ୍ଠିତ ହେବ । ଅନୁଷ୍ଠାନ ପ୍ରତି ତଥା ଧର୍ମଶାଳର ପୂର୍ବତନ ବିଧାୟକ ରବି ଲାବଣ୍ୟଙ୍କ ନେତୃତ୍ୱରେ ଏହି ଉସôବ ଆୟୋଜିତ ହେଉଥିବା ବେଳେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚôଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ପୂର୍ବାହ୍ନ ୧୦ ଘଟିକା ସମୟରେ ଶ୍ୟାମସୁନ୍ଦର ଜୀଉଙ୍କ ପବିତ୍ର ପୁଷ୍କରିଣୀରେ ବୋଇତ ବନ୍ଧାଣ ଉସôବ ଅନୁଷ୍ଠିତ ହେବାକୁ ଥିବା ବେଳେ ମିର୍ଜାପୁର ସ୍ଥିତ ଶ୍ୟାମସୁନ୍ଦର ନୋଡାଲ ବିଦ୍ୟାପୀଠ ଠାରେ ସାଂସ୍କୃତିକ ମିଳନ ସଭାର ଆୟୋଜନ କରାଯାଇଛି । ଉସôବରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଉଦଘାଟକ, କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି, ଦୈନିକ ‘ସମାଜ’ର ବାର୍ତ୍ତା ସମ୍ପାଦକ ତପନ ମିଶ୍ର ମୁଖ୍ୟବକ୍ତା , ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିହିଥିବା ବେଳେ ରଙ୍ଗବତୀର ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ଓଡିଆ ଚଳଚିତ୍ର ଅଭିନେତା ଜ୍ୟୋତି ଏବଂ ଅଭିନେତ୍ରୀ ତମନ୍ନାଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଉସôବରେ ଯୋଗଦେବା ପାଇଁ ଧର୍ମଶାଳାର ନିର୍ବାଚନ ମଣ୍ଡଳୀର ସମସ୍ତ ନିର୍ବାଚିତ ପ୍ରତିନିଧି ସହିତ ସମସ୍ତ ସାହିତ୍ୟ ଅନୁଷ୍ଠାନ ସଭ୍ୟମାନଙ୍କୁ ସ୍ୱତନ୍ତ୍ରଭାବେ ନିମନ୍ତ୍ରଣ କରାଯାଇଛି ବୋଲି ସଂପାଦିକା ମଧୁସ୍ମିତା ଦାସ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *