ବନହଂସୀ

ଯୋଗାନନ୍ଦ ସାହୁ

ହସରୁ ପଡୁଛି ଜଣା
ତୁମ ଅଳସ ଆଖିରେ କେତେ
ଶ୍ରାବଣ ହୋଇଛି ଜମା
ଆଗୋ ବନହଂସୀ ଲୁହ କି ଦେଲା ଦଂଶି….
ଲୁହରୁ ପଡ଼ୁଛି ଜଣା
ତୁମ ହୃଦୟ ଭିତରେ କେତେ
ନିଦାଘ ହୋଇଛି ଜମା ।।୦।।

ଯେତେ ମନ ସବୁ ନୁହେଁ ପ୍ରେମର ଝର
ଯେତେ ପ୍ରେମ ସବୁ ନୁହେଁ ପଥର ଗାର
ଯେତେ ମେଘ ସବୁ ନୁହେଁ ପାଣିର ଘର
ମେଘର ମାୟାରେ ତୁମେ ହେଲ ଅଧୀର
ଆଗୋ ବନହଂସୀ ମେଘ କି ଦେଲା ଦଂଶି….
ଚୋଟରୁ ପଡୁଛି ଜଣା
ତୁମ କଅଁଳ ଡେଣାରେ କେତେ
ଜଖମ ହୋଇଛି ଜମା ।।୧।।

ଚିକିମିକି ଆକାଶର ଚେହେରା ଦେଖି
ତା’ ହାତେ ଜୀବନ-ତରୀ ଦେଲଗୋ ଟେକି
ଡେଣାର ପାଲରେ ନୀଳ ଗଗନେ ଭାସି
ଭାସୁ ଭାସୁ ତରୀ ହେଲା ଝଡରେ ପିଟି
ଆଗୋ ବନହଂସୀ ଝଡ କି ଦେଲା ଦଂଶି…..
କୋହରୁ ପଡୁଛି ଜଣା
ତୁମ ପ୍ରେମ କାହାଣୀରେ କେତେ
ଦରଦ ହୋଇଛି ଜମା ।।୨।।

ଆକାଶବାଣୀ ଗୀତିକାର
ଜନିକା,
ଡ୍ୟୁପ୍ଲେକ୍ସ ନଂ.୭୩,
କ୍ରିଷ୍ଣା ଗାର୍ଡେନ୍ ଆନେକ୍ସ
ଜାଗମରା
ଭୁବନେଶ୍ୱର-୭୫୧୦୩୦
ଓଡ଼ିଶା

Leave a Reply

Your email address will not be published. Required fields are marked *