ad
ଅପରାଧ

ବନବିଭାଗର ମିଳିତ ଚଢାଉରେ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ

ହରିଚନ୍ଦନପୁର,ତା ୩୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଡିଏଫଓ ଅଜିତ କୁମାର ଶତପଥିଙ୍କ ନର୍ଦ୍ଦେଶ କ୍ରମେ ବନବିଭାଗର ମିଳିତ ଚଢାଉରେ ଦେଉଗାଁ ରେଞ୍ଜ ଅଧିନସ୍ଥ ବାଇଲୋବେଡା ଗ୍ରାମ ନିକଟରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ଜବତ ହୋଇଛି । ସୂଚନା ଅନୁଯାୟୀ ସୋମବାର ଦିନ କାଠ କଟାଯାଇ ଚୋରା ଚାଲାଣ ହେବାର କୌଣସି ସୂତ୍ରରୁ ଡିଏଫଓ ଖବର ପାଇଥିଲେ । ଏବଂ ତାଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର, ଭଗାମୁଣ୍ଡା ବନବିଭାଗ କର୍ମଚାରୀଙ୍କ ମିଳିତ ଚଢାଉରେ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ କରାଯାଇଛି । ଉକ୍ତ ଚଢାଉରେ ହରିଚନ୍ଦପୁର ଫରେଷ୍ଟର ବୁଦ୍ଧଦେବ ସାହୁ, ଭଗାମୁଣ୍ଡା ଫରେଷ୍ଟର ବିଜୟ କୁମାର ତରାଇ, ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାହୁଙ୍କ ସହ ବିଭାଗୀୟ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏହି ମିଶନ ସଫଳ ହୋଇଛି । ଜବତ ହୋଇଥିବା କାଠକୁ ସ୍ଥାନୀୟ ଥାନା ଏସ୍ଆଇ ଚିତ୍ରଗୁପ୍ତ ଚାମ୍ପିଆ ସହ ପୋଲିସ କର୍ମଚାରୀଙ୍କ ସହଯୋଗରେ ଏକ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଆଣିଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top