ବଣ୍ଡାଗୁଡାରେ ଆନ୍ଥ୍ରାକ୍ସ, ୭ ଆକ୍ରାନ୍ତ

କୋରାପୁଟ ୮/୬ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟ ପଂଚାୟତର ବଣ୍ଡାଗୁଡା ଗ୍ରାମରେ ସାତଜଣ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣା ପଡିଛି। ସେମାନେ ହେଲେ ଜମୁନା ନାୟକ, ସୁନାଧର ନାୟକ, ଭଗବାନ ଖରା, ବାସୁଦେବ ଚେଟି, ଲିପୁ ଖରା, ଧନପତି ଖରା ଏବଂ ଅଜିତ ଚେଟି। କିଛି ଦିନ ପୂର୍ବରୁ ଆକ୍ରାନ୍ତ ମାନେ ପୋଚା ମାଂସ ଖାଇବା ଦ୍ୱାରା ଏପରି ରୋଗ ବ୍ୟାପୁଥିବା ଜଣାପଡିଛି। ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ କର୍ମଚାରୀ ବଣ୍ଡାଗୁଡା ଗାଁରେ ପହଂଚି ଲୋକଙ୍କୁ ଚିକିତ୍ସା କରିବା ସହ ରୋଗ ସମ୍ପର୍କରେ ସଚେତନ କରାଇଛନ୍ତି।

Leave a Reply

Your email address will not be published. Required fields are marked *