ବଣୁଆ ବାରାହା ଆକ୍ରମଣରେ ଶୀକାରକୁ ଯାଇଥିବା ଯୁବକ ଆହତ

ମାଲକାନଗିରି, ୨୪ା୯(ଓଡିଆ ପୁଅ ) ଆନ୍ଦ୍ରସୀମାନ୍ତ ଜଙ୍ଗଲକୁ ବେଟଂ(ଶିକାର) କୁ ଯାଇଥିବା ଜଣେ ଯୁବକକୁ ବଣୁଆ ବାରାହା ଆକ୍ରମଣ କରିବାରୁ ଯୁବକ ଗୁରୁତର ଭାବେ ଆହତ ହୋଇ ମାଲକାନଗିରି ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ରବିବାର ଦିନ ଚିତ୍ରକୋଣ୍ଡା ବ୍ଲକସ୍ଥ ପପୁଲୁର ପଚାଂୟତ କମଳାପଦର ଗ୍ରାମର ଅର୍ଜୁନମୁଦୁଲି ଓ ଗ୍ରାମର କିଛି ଯୁବକ ଆନ୍ଦ୍ରପ୍ରଦେଶ ସୀମାନ୍ତ ଜଙ୍ଗଲକୁ ବେଟଂ ଶୀକାର କରିବାକୁ ଯାଇଥିଲେ . ଅର୍ଜୁନ ଏକୁଟିଆ ଜଙ୍ଗଲ ଭିତରକୁ ପଳାଇ ବାଟ ପାଇ ନଥିବା ବେଳେ ହଟାତ ଏକ ବଣୁଆ ବାରାହା ଆସି ତାଙ୍କୁ ଆକ୍ରମଣକରିଥିଲେ। ଅର୍ଜୁନ ମଧ୍ୟ ତାର ପାଲଟା ଆକ୍ରମଣ କରି ବାରାହା ସାଙ୍ଗରେ ଲଢିଥିଲେ। ବାରାହା ଅର୍ଜୁନଙ୍କ ପେଟକୁ ଚିରିଦେବାରୁ ସେ ଗୁରୁତର ଭାବେ ଆହତ ହୋଇ ଚିତ୍କାର କରିବାରୁ ଅନ୍ୟାମାନେ ସେଠାରେ ପହଁଚି ତାଙ୍କୁ ଉଦ୍ଧାର କରିଥିଲେ। ପ୍ରଥମେ ଚିତ୍ରକୋଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିଥିଲେ ସେଠାରେ ତାଙ୍କ ଅବସ୍ଥାଗୁରୁତର ହେବାରୁ ରବିବାର ରାତ୍ରରେ ମାଲକାନଗିରି ଜିଲ୍ଲାହସପିଟାଲକୁ ସ୍ଥାନାନ୍ତଚରିତ କରାଯାଇଥିଲେ। ସେ ଏବେ ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *