ବଣିଆପଙ୍କଓ ମହୁଲପଙ୍ଖାରେ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହି, ୨୧/୯/ :(ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତର ବଣିଆପଙ୍କ ଓ ମହୁଲପଙ୍ଖାରେ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ବଣିଆପଙ୍କ ଗ୍ରାମର ବୁଲୁ ପାତ୍ରଙ୍କ ଜ୍ୱର ନକମିବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇ ଥିବାବେଳେ ରକ୍ତ ପରୀକ୍ଷାରୁ ତାଙ୍କଠାରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତୁରନ୍ତ ତାଙ୍କୁ କଟକ ବଡଡାକ୍ତରଖାନାର ଡେଙ୍ଗୁ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି । ସେହିପରି ପଢ଼ିଆରିପଲ୍ଲୀ ହାଇସ୍କୁଲ ବଣିଆପଙ୍କର ହିନ୍ଦି ଶିକ୍ଷକ ବିଜୟ ନାୟକ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯିବାପରେ ସେ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ବୋଲି ଜଣାପଡିବାପରେ ତାଙ୍କୁ ମଧ୍ୟ କଟକ ଏସସିବିର ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଦୁଇ ଗ୍ରାମରେ ଆତଙ୍କ ଖେଳିଯାଇଛି ।

Leave a Reply

Your email address will not be published. Required fields are marked *