ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବଣିଆଁ ହାଇସ୍କୁଲ ପରିସରରେ ମୋ ସ୍କୁଲ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଭାପତିତ୍ୱ କରିଥିଲେ। ପୁରାତନ ଛାତ୍ର, ଅଭିଭାବକ, ସମ୍ମାନିତ ଅତିଥି ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କର୍ମଶାଳାରେ ଯୋଗଦେଇ ବିଦ୍ୟାଳୟ ପ୍ରତି ପ୍ରତ୍ୟେକଙ୍କର ଅବଦାନ ରହିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ରାଉତ ସମସ୍ତଙ୍କୁ ସ୍ୱାଗତ ଜଣାଇ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ନବକିଶୋର ପାତ୍ର, ଇଂ କୃପାସିନ୍ଧୁ ଓଝା, ସରପଞ୍ଚ ପ୍ରତିନିଧି ନରେନ୍ଦ୍ର ପ୍ରସାଦ ରାଉତ ଏହି କର୍ମଶାଳା ସରକାରଙ୍କର ଏକ ସଫଳ ପ୍ରୟାସ ବୋଲି ବକ୍ତବ୍ୟ ରଖିଲେ। ଏହି କର୍ମଶାଳାକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ବିପିନ୍ ବିହାରୀ ପାଢୀ, ଲକ୍ଷ୍ମୀକାନ୍ତ ପାଢୀ, ଶ୍ରୀକାନ୍ତ କୁମାର ଜେନା, ରତ୍ନାକର ମଲ୍ଲିକ, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ। ପୁରାତନ ଛାତ୍ରମାନଙ୍କ ମଧ୍ୟରେ ସୁବାଷ ଘଡାଇ, ଲମ୍ବୋଦର ମଲ୍ଲିକ, ସୁଜିତ୍ କୁମାର ନାୟକ, ମହେଶ୍ୱର ଓଝା, ଧରଣୀଧର ଓଝା, ସୁରେନ୍ଦ୍ର ଓଝା ସମେତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
