ଜିଲ୍ଲା ପରିକ୍ରମା

ବଣିଆଁ ଉଚ୍ଚ ବିଦ୍ୟାଳୟର ହଇଜା ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୧୯ା୭ ( ଓଡ଼ିଆ ପୁଅ / ପ୍ରମୋଦ ରାୟ) : ବଣିଆଁ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସମସ୍ତ ସହକାରୀ ଶିକ୍ଷକ ତଥା ଶିକ୍ଷା କର୍ମଚାରୀ ମାନଙ୍କ ଉପସ୍ଥିତିରେ ହଇଜା ତଥା ମେଲେରିଆ ରୋଗର ନିରାକାରଣ ପାଇଁ ଛାତ୍ରଛାତ୍ରୀ ମାନଙ୍କର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ରାଉତ ଉଦ୍ଘାଟନ କରିଥିଲେ। ହଇଜା ରୋଗର କାରଣ ଓ ଏଥିପ୍ରତି କି ପ୍ରକାରର ସାବଧାନତା ଅବଲମ୍ବନ କରିହେବ, ସେ ସଂପର୍କରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିପିନ୍ ବିହାରୀ ପାଢୀ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ। ସହକାରୀ ଶିକ୍ଷକ ଶ୍ରୀକାନ୍ତ କୁମାର ଜେନା ଛାତ୍ରଛାତ୍ରୀମାନେ ଶୌଚ ପରେ ଓ ଖାଇବା ପୂର୍ବରୁ କିପରି ନିଜ ହାତକୁ ସାବୁନ୍ ରେ ଧୋଇ ପରିସ୍କାର କରିବେ, ତାହାର ନମୁନା ପ୍ରଦର୍ଶନ କରି ଶିକ୍ଷାର୍ଥୀ ମାନଙ୍କୁ ଅବଗତ କରାଇଥିଲେ। ମେଲେରିଆର ନିରାକରଣ ପାଇଁ ମଶାରୀ ଟାଙ୍ଗି ଶୋଇବା ସହିତ ନିଜ ଘର ଚାରିପଟକୁ ସଫାସୁତୁରା ରଖିବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ଲକ୍ଷ୍ମୀକାନ୍ତ ପାଢୀ ଓ ରତ୍ନାକର ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top