ଜିଲ୍ଲା ପରିକ୍ରମା

ବଣିଆଁ ଉଚ୍ଚ ବିଦ୍ୟାଳୟରେ ୨୦୦୦ ବ୍ୟାଚ୍ର ବନ୍ଧୁମିଳନ

ଭଦ୍ରକ,୧୧ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ବଣିଆଁ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୦ ମସିହା ମାଟ୍ରିକ୍ ବ୍ୟାଚ୍ର ବନ୍ଧୁମିଳନ ଉସôବ ପାଳିତ ହୋଇଯାଇଛି । ଏଥି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନ୍ମଥ କୁମାର ରାଉତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ତଥା ମୁଖ୍ୟବକ୍ତା ଭାବେ ଦୁର୍ଯେ୍ୟାଧନ ବାରିକ ଓ ନବକିଶୋର ପାତ୍ର ଯୋଗଦେଇ ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କୁ ସତ୍ମାର୍ଗରେ ପରିଚାଳିତ ହେବା ପାଇଁ ଦିଗ୍ଦର୍ଶନ ଦେଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ ନିଜର ପରିଚୟ ପ୍ରଦାନ କରିବା ସହ ପାଠପଢା ସମୟରେ ଅନୁଭୂତି ବ୍ୟକ୍ତ କରିଥିଲେ । ବିଦ୍ୟାଳୟର କର୍ମରତ ତଥା ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ରବିନ୍ଦ୍ର କୁମାର ମିଶ୍ର, ରତ୍ନାକର ହାତୀ, ନରେନ୍ଦ୍ର ଦାଶ, ସନ୍ତୋଷ ଦାସ, ମଦନ ଓଝା, ଲକ୍ଷ୍ମୀକାନ୍ତ ପାଢୀ, ରତ୍ନାକର ମଲ୍ଲିକ, ଶ୍ରୀକାନ୍ତ ଜେନା ପ୍ରମୁଖଙ୍କୁ ଉତ୍ତରୀୟ ଓ ଉପଢୌକନ ପ୍ରଦାନ କରି ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଉସôବକୁ ପୁରାତନ ଛାତ୍ର ଲେନିନ୍ ବଳ, ପରମେଶ୍ୱର ଦାଶ, ସୁବାଷ ଘଡାଇ, ପୁଷ୍ପକ ମହାଳିକ ପ୍ରମୁଖ ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top