ଓଡ଼ିଶା

ବଢେଇଶୁଣି ଫୁଟବଲ ପ୍ରତିଯୋଗିତା, କେତାଙ୍ଗ ‘ଖ’ ଚମ୍ପିଆନ୍

ପାଟଣା, ତା୦୪/୧୧(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ଖମୁଆ ଗ୍ରାମ ବଢେଇଶୁଣି ଯୁବକ ସଂଘ ପକ୍ଷରୁ ସ୍ୱର୍ଗଦ୍ୱାର ଷ୍ଟାଡିୟମରେ ଅନୁଷ୍ଠିତ ନବମ ବାର୍ଷିକ ବଢେଇଶୁଣି ଫୁଟବଲ ପ୍ରତିଯୋଗିତାର ଆଜିର ଫାଇନାଲରେ କେତାଙ୍ଗ ‘କ’କୁ ଟସରେ ପରାସ୍ତ କରି କେତାଙ୍ଗ ‘ଖ’ ଚମ୍ପିଆନ୍ ହୋଇଛି। ସେହିପରି ଭୋଳବେଡା ଟିମ୍ କୁ ପରାସ୍ତ କରି ଘୁଣ୍ଟିଝରୀର କକା ପୁତୁରା ଟିମ୍ ତୃତୀୟ ସ୍ଥାନ ଦଖଲ କରିଛି। ପୁରଷ୍କାର ବିତରଣ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକ ଯୋଗ ଦେଇ ଚମ୍ପିଆନ୍ କେତାଙ୍ଗ ‘ଖ’କୁ ଏକ ବଡ ଖାସି ସହ ଟ୍ରଫି ଏବଂ ରନର୍ସଅପ୍ କେତାଙ୍ଗ ‘କ’ ଟିମ୍ କୁ ସାନଖାସି ଓ ସାନ ଟ୍ରଫି ପ୍ରଦାନ କରିଥିବାବେଳେ ତୃତୀୟ ଦଳ ଘୁଣ୍ଟିଝରୀ ଟିମ୍ କୁ ନଗଦ ୨ହଜାର ୧ଟଙ୍କା ଓ ଚତୁର୍ଥ ଦଳ ଭୋଳବେଡା ଟିମ୍ କୁ ନଗଦ ୧୫ଶହ ୧ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ପାର୍ଥସାରଥି ବେଜଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ହୃଷିକେଶ ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଜିଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ନାଏକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ସରାସକୋଲା ସରପଞ୍ଚ ଜୟନ୍ତୀ ପଇଦା ପ୍ରମୁଖ ଯୋଗଦେଇ ଖେଳାଳୀ ଓ ଉପସ୍ଥିତ ଦର୍ଶକଙ୍କୁ ଉଦବୋଧନ ଦେବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଭାବେ ପାଟଣା ବ୍ଲକ ବିଜୁଜନତା ଦଳ ସଭାପତି ମାଧବାନନ୍ଦ ପୃଷ୍ଟି ଯୋଗ ଦେଇଥିଲେ। ଫାଇନାଲ ଖେଳକୁ ରେଫରୀ ଆକବର ଖାନ, ସନ୍ତୋଷ ଦାସ, ଧରଣୀଧର ସାହୁ, ରତ୍ନାକର ମହାନ୍ତ, ନକୁଳ ମହାନ୍ତ ଧାରା ବିବରଣୀରେ ନାରାୟଣ ଦଳେଇ, ଜୟଗୁନ ନାଏକ ନିଜ ଦାୟିତ୍ୱ ସଂପନ୍ନ କରିଥିବାବେଳେ ବଢେଇଶୁଣି କ୍ଲବର ସଭାପତି କାମୁଲ ପୃଷ୍ଟି, ଉପସଭାପତି ଦଶରଥ ନାଏକ, ଜାପାନୀ ଦଳେଇ, ବିଷ୍ଣୁ ନାଏକ, ଭାଗିରଥି ନାଏକ, ମନୋଜ ନାଏକ, ସୁଶୀଲ ନାଏକ ଓ ସୁବ୍ରତ ଦେହୁରୀ ଖେଳ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top