ଜିଲ୍ଲା ପରିକ୍ରମା

ବଢୁଛି ବିଜୁଳି ତାତି ! ମାର୍ଚ୍ଚ ମାସ ଆଳରେ ମନଇଚ୍ଛା ବିଲ

ବାହାନଗା/ ବାଲେଶ୍ୱର, ୧୫/୦୩(ଓଡ଼ିଆ ପୁଅ/ ଭାରତୀ ଦାସ)- ଗ୍ରୀଷ୍ମ ବଢିବା ସହ ବିଜୁଳି ତାତି ମଧ୍ୟ ବଢିବାରେ ଲାଗିଛି। ବିଭାଗ ତରଫରୁ ମାର୍ଚ୍ଚ ମାସ ଯୋଗୁଁ ମାଇକ ଯୋଗେ ବାକିଆ ବିଲ ପରିଶୋଧ ପାଇଁ ଗାଁଗଣ୍ଡାରେ ପ୍ରଚାର ଚାଲିଛି। ଗ୍ରାହକଙ୍କ ମଧ୍ୟରେ ବିଭାଗ ତରଫରୁ ଏକରକମର ଭୟର ବାତାବରଣ ସୃଷ୍ଟି କରାଯାଉଛି। ବିଲ ପରିଶୋଧ ନକଲେ ସିଧାସଳଖ କନେକ୍ସନ କାଟି ଦେବାର ମଧ୍ୟ ମାଇକରେ ପ୍ରଚାର କରାଯାଉଛି। ତେବେ ଏହା ମଧ୍ୟରେ ମାର୍ଚ୍ଚ ମାସର ଆଳ ଦେଖାଇ ବିଭାଗ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପ୍ରହରେ ବିଜୁଳି ଶୁଳ୍କ ଲୁଟ କରୁଥିବାର ଦେଖାଯାଇଛି। ମିଟର ରିଡର ମାନେ ଗ୍ରାମାଞ୍ଚଳରେ ସିଧାସଳଖ ଭାବେ ୩୦-୬୦ ୟୁନିଟ ପର୍ଯ୍ୟନ୍ତ ଅଧିକ ୟୁନିଟ ଦର୍ଶାଇ ବିଲ ଦେଇଥିବାର ଜଣାପଡ଼ିଛି। ତେବେ ଏବାବଦରେ କିଛି ସଚେତନ ନାଗରିକ ନିଜ ବିଲ କାଗଜକୁ ଦେଖି ଅସନ୍ତୋସ ଜାହିର କରିଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ସୋର ଇଲେକ୍ରିକାଲ ଡିଭିଜନରେ ସୋର, ବାହାନଗା, ଅନନ୍ତପୁର, ଗୋପାଳପୁର ପ୍ରଭୃତି ଅଞ୍ଚଳରେ ଘରୋଇ ଓ ବ୍ୟବସାୟୀକ ଭିତ୍ତିରେ ମୋଟ ୭୦ହଜାରରୁ ଉର୍ଦ୍ଦ ବିଜୁଳି ସଂଯୋଗ ରହିଛି। ବିଭାଗ ବିଲ ପ୍ରଦାନ ନିମନ୍ତେ ଫେମସ ସିକ୍ୟୁରିଟି ସର୍ଭିସ ନାମକ ଏକ ସଂସ୍ଥାକୁ ଠିକା ଦେଇଛି। ଏହି ସଂସ୍ଥା ଅଧିନରେ ୬୦ଜଣ ମିଟର ରିଡ଼ର ଗ୍ରାମାଞ୍ଚଳରେ ମିଟର ରିଡିଂ କରୁଥିବାର ଜଣାପଡ଼ିଛି। ହେଲେ ବିଭିନ୍ନ ଅଞ୍ଚଳରୁ ମିଳିଥିବା ସୂଚନା ଅନୁସାରେ ଏହି ରିଡର ମାନେ ଚଳିତ ମାସରେ ମନଇଚ୍ଛା ୟୁନିଟ ବଢାଇ ବିଲ ପ୍ରଦାନ କରିଛନ୍ତି। ମାର୍ଚ୍ଚ ମାସ କଲେକ୍ସନ ପାଇଁ ଏଭଳି ହେଉଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।। ତେବେ ଠିକା ସଂସ୍ଥା ଫେମସ ସିକ୍ୟୁରିଟି ସର୍ଭିସ ସଂସ୍ଥାର ମୁଖ୍ୟ ଶରତ ଭୂୟାଁଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ତେବେ ବର୍ଦ୍ଧିତ ବିଜୁଳି ବିଲକୁ ନେଇ ଦୁଇ ଅଧିକାରୀଙ୍କ ଭିନ୍ନ ମତ ସାଧାରଣରେ ସନ୍ଦେହ ସୃଷ୍ଟି କରିଥିବା ବେଳେ ବିଜୁଳି ବିଭାଗ ମାର୍ଚ୍ଚ ମାସ ଆଳରେ ୭କୋଟି ଟଙ୍କା ଦିନ ଦ୍ୱିପ୍ରହରେ କଳେକ୍ସନ କରିନେବାର ଜଣାପଡ଼ିଛି। ଏବାବଦରେ ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବା ନିହାତି ଆବଶ୍ୟକ, ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ମୁଣ୍ଡ ଟେକୁଥିବାର ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top