ବଢିବାରେ ଲାଗିଛି ସ୍ୱରେଜ ବୋର୍ଡ ଯନ୍ତ୍ରଣା

ରାଉରକେଲା ୪-୭ (ଓଡ଼ିଆ ପୁଅ/ଶିବରାମ ପାତ୍ର): ଇସ୍ପାତ ସହର ରାଉରକେଲାରେ ଦିନକୁ ଦିନ ବଢିବାରେ ଲାଗିଛି ସ୍ୱରେଜ ବୋର୍ଡ ଯନ୍ତ୍ରଣା। ସହରର ବିଭିନ୍ନ ଅଂହଂଚଳରେ ସ୍ୱରେଜ ବୋର୍ଡ କାର୍ଯ୍ୟ ଚାଲୁଥିବାରୁ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ସହରବାସୀ। ବର୍ତମାନ ବର୍ଷା ଦିନରେ ବର୍ଷା ହେବା ଫଳରେ ରାସ୍ତାରେ ପକାଯାଇଥିବା ମାଯି କାଦୁଅ ହୋଇ ଯାଉଛି। ଫଳରେ କାଦୁଅ ପଚପଚ ରାସ୍ତାରେ ଯିବା ଆସିବା କରିବା ଲୋକ ମାନଙ୍କ ନିମନ୍ତେ ଏକ ପ୍ରକାର ମୁସ୍କିଲ ହୋଇ ପଡ଼ିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶେଷ କରି ସହରର ସିଭିଲଟାଉନସିପ ଅଂଚଳର ପି ପ୍ଲଟ ନିକଟରେ ସ୍ୱରେଜ ବୋର୍ଡ କାର୍ଯ୍ୟ ଚାଲୁଥିବାରୁ ଲୋକଙ୍କୁ ହଇରାଣ ହରକତ ସମ୍ମୁଖୀନ ହେବାକୁ ପଡ଼ୁଛି। ଦୀର୍ଘ ପ୍ରାୟ ବର୍ଷେ ହେଲା ସହରର ବିଭିନ୍ନ ଜାଗାରେ ଏହି କାର୍ଯ୍ୟ ଚାଲୁଥିବା ଯୋଗୁ ଲୋକଙ୍କୁ ଅକଥନୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଗତ କିଛି ଦିନ ତଳେ ସ୍ୱରେଜ ବୋର୍ଡ ସମସ୍ୟାକୁ ନେଇ ଛେଣ୍ଡ ଅଂଚଳର ବାସିନ୍ଦା ମାନେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ସ୍ମାର୍ଟ ସିଟି ସିଈଓ ରଶ୍ମିତା ପଣ୍ଡାଙ୍କୁ ସାକ୍ଷାତ କରି ଏହି ସମସ୍ୟାରୁ କିଭଳି ଭାବେର ମୁକ୍ତି ମିଳିପାରିବ, ସେ ସମ୍ପର୍କରେ ଅବଗତ କରାଇଥିଲେ। ସ୍ୱେରେଜ କାର୍ଯ୍ୟ ଲାଗି ୬-୭ ଫୁଟ ଗାତ ଖୋଳାଯାଉଥିବା ବେଳେ ସେଥିରୁ ବାହାରୁଥିବା ମାଟି ରାସ୍ତା ଉପରେ ପଡ଼ିବା ଯୋଗୁ ରାସ୍ତା ଅବରୋଧ ହେଉଛି। ଫଳରେ ଗାଡ଼ି ମଟର ନେଇ ରାସ୍ତାରେ ଯାତାୟତ କରିବା ସମୟରେ ବହୁ ଅସୁବିଧା ହେଉଛି ବୋଲି ଅଭିଯୋଗ ହୋଇଛି। ଯେଉଁ ଠାରେ ସ୍ୱରେଜ କାର୍ଯ୍ୟ ସରି ଯାଇଛି, ସେଠାରେ ବର୍ତମାନ ସୁଦ୍ଧା ରାସ୍ତାକୁ ପିଚୁ କରାଯାଇନାହିଁ। ରାତ୍ରୀ ସମୟରେ ସ୍ୱରେଜ ବୋର୍ଡ ପାଇଁ ଖୋଳା ଯାଇଥିବା ଖାଲରେ ମଧ୍ୟ ଗାଡ଼ି ଚାଳକ ମାନେ ପଡ଼ି ଆହତ ହେଉଥିବା ଦେଖିବାକୁ ମିଳିଛି। ଏହି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *