ବଡରମ୍ପାସ ପଞ୍ଚାୟତକୁ ଉଜ୍ଜାଲା ପଞ୍ଚାୟତ ଘୋଷଣା

ହାଟଡ଼ିହି,୧୦ । ୮ : ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତକୁ ଉଜ୍ଜାଲା ପଞ୍ଚାୟତ ଘୋଷଣା କରାଯାଇଛି । ପଞ୍ଚାୟତର ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ଆୟୋଜିତ ସଭାରେ ବଡରମ୍ପାସ ପଞ୍ଚାୟତର ସରପଞ୍ଚ କାବେରୀ ସାହୁ, ଶିକ୍ଷୟତ୍ରୀ ମମତା ଆୟଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମହେଶ୍ୱର ସାହୁ, ଉଜ୍ଜାଲା ଯୋଜନାର କ୍ଷେତ୍ର ଅଧିକାରୀ ସୁଧାଶୁଂ ଶେଖର ମହାରଣା, ଆନି ଇଣ୍ଡେନ ଗ୍ୟାସ ଘସିପୁରା ର ମଦନ ମୋହନ ମିଶ୍ର, ନୁରୁରାଜ ମିଶ୍ର ପ୍ରମୁଖ ଯୋଗଦେଇ ଏହି ପଞ୍ଚାୟତକୁ ଧୃମ୍ର ବିହୀନ ପଞ୍ଚାୟତରେ ପରିଣତ କରି ଉଜ୍ଜାଲା ପଞ୍ଚାୟତ ଘୋଷଣା କରିଥିଲେ । ପ୍ରତି ପରିବାର ଯେପରି ଜାଳେଣୀ ଗ୍ୟାସ ବ୍ୟବହାର କରିବେ ସେନେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ମହିଳା ମାନଙ୍କ ମଧ୍ୟରେ ଏଲ.ପି.ଜି ଗ୍ୟାସ ବ୍ୟବହାର ଓ ଉପକାର ସମ୍ପର୍କରେ ଏକ ପ୍ରଶ୍ନୋତ୍ତର କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇ କୃତ୍ତୀ ପ୍ରତିଯୋଗୀ ମାନଙ୍କୁ ପୁସରସ୍କୃତ କରାଯାଇଥିଲା । ସେହିପରି ୩୩ଜଣ ହିତାଧିକାରୀଙ୍କୁ ଗ୍ୟାସ ବଣ୍ଟନ କରାଯାଇଥିଲା । ଏହି ସଭାରେ ପଞ୍ଚାୟତର ୱାର୍ଡସଭ୍ୟ କହ୍ନେଇ ଚରଣ ପେରେଇ, ପରମାନନ୍ଦ ନାୟକ, କୁମୁଦୁନୀ ପେରେଇଙ୍କ ସମେତ ଦୁଇଶହରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ । ଆନି ଇଣ୍ଡେନର ଦେବ୍ରତ ଜେନା, ଅନାଦି ପାତ୍ର, ନାରାୟଣ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *