ଓଡ଼ିଶା

ବଡବିଲ ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ – ୫ଟି ଦୋକାନରେ ଲାଗିଲା ନିଆଁ

ଯୋଡା, ୨୪/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲସ୍ଥିତ ଡେଲି ମାର୍କେଟରେ ଆଜି ପୂର୍ବାହ୍ନ ୩ ଘଟିକା ସମୟରେ ୫ଟି ଦୋକାନରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ସର୍ବ ପ୍ରଥମେ ଭଗବତି ଷ୍ଟୋରରେ ଲାଗି ଅଳ୍ପ କିଛି ସମୟ ବ୍ୟବଧାନ ମଧ୍ୟରେ ବ୍ୟାପି ଅନ୍ୟ ୪ଟି ଦୋକାନରେ ଲାଗିଯାଇଥିଲା । ସ୍ଥାନୀୟ ବ୍ୟକ୍ତି ଦମକଳ ବିଭାଗକୁ ଖବର ଦେବା ପରେ ସ୍ଥାନୀୟ ଦମକଳ ବିଭାଗର ଗାଡି ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା । ନିଆଁ ଲିଭାଇବା ଯାଇ ସ୍ଥାନୀୟ ୫ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ନିଆଁ ଲାଗିଥିବା ଦୋକାନ ମଧ୍ୟରେ ଗ୍ରୋସେରି ଦୋକାନ, ଅଟା ଚକି, ମନୋହରୀ ଇତ୍ୟାଦି ଦୋକାନ ଥିବା ଜଣାପଡିଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top