ଓଡ଼ିଶା

ବଡବିଲରେ ବିଷୁବ ମିଳନ ଅବସରରେ ଚାନ୍ଦି ନିର୍ମିତ ଗ୍ଲାସରେ ପଣା ନିଲାମ

ଯୋଡା. 14.04.2018 (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହା ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ପ୍ରମୁଖ ପର୍ବ । ଓଡିଶା ସମେତ ଭାରତର ଅନ୍ୟ ଅନ୍ୟ ରାଜ୍ୟରେ ଭିନ୍ନ ଭିନ୍ନ ନାମରେ ପାଳିତ ହୋଇଥାଏ । ଓଡିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯାଏ । ତେଣୁ ଏହାକୁ ନୂଆ ଓଡିଆ ନୂଆ ବର୍ଷ କୁହାଯାଏ । ସୂର୍ଯ୍ୟ ଏହି ଦିନ ବିଷୁବ ରେଖା ଉପରେ ଅବସ୍ଥାନ କରନ୍ତି ଏବଂ ଧିରେ ଧିରେ କର୍କଟ କ୍ରାନ୍ତି ଆଡକୁ ଢଳନ୍ତି । ପ୍ରତିବର୍ଷ ଏପ୍ରିଲ ୧୪ତାରିଖରେ ମହାବିଷୁବ ସଂକ୍ରାନ୍ତି ସାରା ଭାରତରେ ପାଳନ କରାଯାଏ। ମହାବ୍ରହ୍ମଚାରୀ, ଅତୁଳ ବଳଶାଳୀ ଭଗବାନ ହନୁମାନଙ୍କ ଜନ୍ମ ଦିବସ ହୋଇଥିବାରୁ ଏହି ଦିନ ତାଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ଦ୍ବାରା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।

କେନ୍ଦୁଝର ଜିଲ୍ଲା ବଡବିଲ ଠାରେ ନିଳାଚଳ ସାଂସ୍କୃତିକ ପରିଶଦ ଆନୁକୂଲ୍ୟରେ ଓଡିଆ ନବବର୍ଷ ତଥା ମହା ବିଷୁବ (ପଣା) ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଯାଇଛି | ଏହି ଉତ୍ସବରେ ବଡବିଲ ଏସଡିପିଓ, ତହସିଲଦାର, ପୌରାଧ୍ୟକ୍ଷ, ପୌର ନିର୍ବାହୀ ଅଧିକାରୀ, ବନାଞ୍ଚଳ ଅଧିକାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସଂଗଠନର କର୍ମକର୍ତ୍ତାମାନେ ବିଷୁବ ମିଳନରେ ଯୋଗଦେଇଥିଲେ | ପରିଷଦ ତରଫରୁ ମଧୁମେହ ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତଙ୍କ ପାଇଁ ହାଇଜେନିକ୍ ସୁଗାର ଫ୍ରି ପଣାର ବ୍ୟବସ୍ଥା କରାଯାଇଥିଲା | ଏହି ଅବସରରେ ପରମ୍ପରା ଅନୁଯାୟୀ ପ୍ରଥମ ପଣା ଗ୍ଲାସକୁ ନିଲାମ ଡକାଯାଇଥିଲା | ଏହି ପଣା ଗ୍ଲାସଟି ରୂପା ନିର୍ମିତ ହୋଇଥିବାରୁ ଏହା 25 ହଜାର ଟଙ୍କାରେ ନିଲାମ ହୋଇଥିଲା | ଏହାକୁ ବଡବିଲ ଅଞ୍ଚଳର ସଞ୍ଜୟ ପଣ୍ଡା କ୍ୟାସଲେସ ପେମେଣ୍ଟ ମାଧ୍ୟମରେ କିଣିଥିଲେ | ପର୍ଯ୍ୟାବରଣକୁ ଦୃଷ୍ଟିରେ ରଖି ପଣା ବିତରଣରେ କାଗଜ ଗ୍ଲାସର ବ୍ୟବହାର କରାଯାଇଥିଲା | ଏହି ଅବସରରେ ଓଡିଶୀ ନୃତ୍ୟ ପ୍ରତର୍ଶିତ କରାଯାଇଥିଲା | ସେହିପରି ଯୋଡା ବସ୍ ଷ୍ଟାଣ୍ଡରେ ଟେକ୍ନୋ କେୟାର ମୋବାଇଲ ଦୋକାନ ତରଫରୁ ସମସ୍ତଙ୍କୁ ପଣା ବିତରଣ କରାଯାଇଥିଲା |

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top