ଅପରାଧ

ବଡବିଲରେ ଏକ ଅଭାବନୀୟ ଘଟଣା : ମୋବାଇଲ ନଦେବାରୁ ବ୍ଲେଡରେ ବେକକୁ ମରଣାନ୍ତକ ଆକ୍ରମଣ

ଯୋଡା- ତା ୦୪/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଅଚିହ୍ନା ଯୁବକକୁ ମୋବାଇଲ ନଦେବାରୁ ବ୍ଲେଡରେ ବେକକୁ ଆକ୍ରମଣ ଭଳି ଅଭାବନୀୟ ଘଟଣା ଘଟିଛି ବଡବିଲ ଅଂଚଳରେ। ଘଟଣାରୁ ପ୍ରକାଶ ଯେ, ବଡବିଲ ଟାଟା ହଟିଂ ମିତ୍ର ଏସ.କେ. କଲୋନୀରେ ରହୁଥିବା ଅଶୋକ ଚାତାର ନାମକ ଜଣେ ଯୁବକକୁ ମଙ୍ଗଳବାର ଦିନ ରାତି ପ୍ରାୟ ସାଢେ ୮ଟା ସମୟରେ ତାଙ୍କ ସାଙ୍ଗ ସହିତ ଯାଉଥିବା ବେଳେ ଏସ.ବି. ଆଇ. ଛକ ସନ୍ନିକଟରେ ଜଣେ ଅଚିହ୍ନା ପାଖକୁ ଆସି ଫୋନ କରିବା ପାଇଁ ମୋବାଇଲ ଟି ମାଗିଥିଲା। ତେବେ ଅଶୋକର ମୋବାଇଲରେ ବାଲାନ୍ସ କମ୍ଥିବାରୁ ସେ ମୋବାଇଲଟି ଦେବାକୁ ମନାକରିଥିଲେ। ଫଳରେ ଉକ୍ତ ଅଚିହ୍ନା ଯୁବକ ଜଣଙ୍କ ଉତ୍କ୍ଷିପ୍ତ ହୋଇ ଅଶୋକଙ୍କ ଠାରୁ ମୋବାଇଲ ଛଡାଇ ନେବାକୁ ଚେଷ୍ଟା କରି ବିଫଳ ହେବା ପରେ ଏକ ଧାରୁଆ ବ୍ଲେଡ ସାହାଯ୍ୟରେ ଅଶୋକଙ୍କ ବେକକୁ ଆକ୍ରମଣ କରି ଘଟଣା ସ୍ଥଳରୁ ଦୌଡି ପଳାଇଥିଲା। ଅଶୋକର ସାଙ୍ଗ ଓ ଅନ୍ୟମାନଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡବିଲସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ସୂଚନା ପାଇବା ପରେ ତଦନ୍ତ ଆରମ୍ଭ କରିଛି। ତେବେ ଗୁରୁତର ଆହତ ଅଶୋକ ଚାତାର ଏବେ ବିପଦମୁକ୍ତ ଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top