ad
ଜିଲ୍ଲା ପରିକ୍ରମା

ବଡପୋଲ ଠାରୁ ଖଡିଆଳ ୪ କି.ମି ରାସ୍ତା ଅତିଶୋଚନୀୟ ମରାମତି ପାଇଁ ଦାବି

ଖଡିଆଳ/ନୂଆପଡା-୧୫.୦୫.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୁଆପଡା ଜିଲା ଖଡିଆଳ ବ୍ଲକ ୩୫୩ ଜାତୀୟ ରାଜପଥ ବଡପୋଲ ଠାରୁ ଖଡିଆଳ ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତା ଅତିଶୋଚନୀୟ ହୋଇପଡିଛି। ୪ କିଲୋମିଟର ରାସ୍ତରେ ସତାଧିକ ସ୍ଥାନରେ ବଡ ବଡ ଗର୍ତ୍ତ ମାନ ସୃଷ୍ଟି ହୋଇଥିବା ଫଳରେ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ କରିଛନ୍ତି। ରାସ୍ତା ସଂମ୍ପୁର୍ଣ୍ଣ ଖାଲ ଖମାର ହୋଇଯାଇଥିବା ବେଲେ ଜାତୀୟ ରାଜପଥ ବିଭାଗ ନିଦା ବିଷ୍ଣୁ ସାଜିଛି। ସବୁ ଜାଣି ଶୁଣି ବିଭାଗ ଶୋଇପଡିଥିବା ବେଲେ ଏ ବିଷୟରେ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଉଦବେଗର କାରଣ ହୋଇଛି। ସୂଚନା ଥାଉକି ଗତ ୨୦୧୪ ମସିହାରେ ଜିଭିଆର ନାମକ ଏକ ଆନ୍ଦ୍ରପ୍ରଦେଶ ର କମ୍ପାନୀ ଠିକା ନେଇ ନୁଆପଡା ଜିଲା କୁରୁମପୁରୀ ଠାରୁ ଖଡିଆଳ ଭାୟାଦେଇ ବଲାଙ୍ଗୀର ଜିଲା ଭାଲୁମୁଣ୍ଡା ପର୍ଯ୍ୟନ୍ତ କାମ ୫୦ ପ୍ରତିଶତ କରି ଅନେକ ସ୍ଥାନରେ ରାସ୍ତା କୁ ଖାଳ ଖମାର କରି ଛାଡିଦେଇଥିବାରୁ ଯାତ୍ରୀ ମାନେ ଅସୁବିଧା ଭୋଗ କରୁଛନ୍ତି। ଜିଭିଆର କମ୍ପାନୀକୁ ବର୍ତ୍ତମାନ କଳାତାଲିକା ଭୁକ୍ତ କରାଯାଇଥିବା ଜାତୀୟ ରାଜପଥ ବିଭାଗର ଖାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରକାଶ କରୁଥିବା ବେଲେ ଏବେ ବାକି ଅସମ୍ପୁର୍ଣ୍ଣ କା୍ର୍ୟ୍ୟ ପାଇଁ ଟେଣ୍ଡର ଆହ୍ୱାନ କରାଯାଉଥିବା କହିଛନ୍ତି। ନୁତନ ଠିକାଦାର ଆସିଲେ ଯାଇ ଅସମ୍ପୁର୍ଣ୍ଣ କାର୍ଯ୍ୟ ସମ୍ପୁର୍ଣ୍ଣ କରାଯାଇ ପାରିବ ବୋଲି ପ୍ରକାଶ କରିଛନ୍ତି। କିନ୍ତୁ ସ୍ଥାନୀୟ ଲୋକ ଖାଳଖମାର କାର୍ଯ୍ୟକୁ ତୁରନ୍ତ ମରାମତି ନକଲେ ବଡପୋଲ ସ୍ଥିତ ଜାତୀୟ ରାଜପଥ ଠାରେ ଅବରୋଧ କରି ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top