ଔପଦା/ବାଲେଶ୍ୱର, ୧୨/୨/୨୦୧୮(ଓଡିଆ ପୁଅ/ନିରଞ୍ଜନ ପ୍ରସାଦ ବାରିକ)-ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡର ଔପଦା ଏକ ଅବହେଳିତ ଅଞ୍ଚଳ। ଭୌଗଳିକ ସ୍ଥିତି ଦୃଷ୍ଟିରୁ ଏହାର ୬ ଗୋଟି ପଞ୍ଚାୟତ ଔପଦା ପାଖରେ ଥିବାବେଳେ ଅନ୍ୟ ୫ ଗୋଟି ଗ୍ରାମପଞ୍ଚାୟତ ସନ୍ତରାଗଢିଆ ପାଖରେ ଅବସ୍ଥିତ। ଯାହା ଔପଦା ବ୍ଲକ ହେଡକ୍ୱାଟର ଠାରୁ ୩୦ କିମି ଦୂର। ୧୧ଗୋଟି ଗ୍ରାମପଞ୍ଚାୟତକୁ ନେଇ ଏହି ବ୍ଲକଟି ଗଠିତ। ଔପଦାଠାରୁ ବଡପୋଖରୀ ପର୍ଯ୍ୟନ୍ତ ୧୨ କିମି ଦୂର ରାସ୍ତା ଅତ୍ୟନ୍ତ ଶୋଚନୀୟ। ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନାରେ ଏହି ରାସ୍ତାଟି ୧୦ ବର୍ଷତଳେ ନିର୍ମିତ ହୋଇଥିଲା। ଏହି ରାସ୍ତାଦେଇ ବଡପୋଖରୀ, ଅଘିରାପଦା, ତଳକିଆ, ଆରଆରପୁର ଆଦି ଗ୍ରାମପଞ୍ଚାୟତର ସମସ୍ତଲୋକ ଔପଦାକୁ ଯାଇଥାଆନ୍ତି। ବାଘାମପଡା ଠାରୁ ଔପଦାକୁ ସଂଯୋଗ କରୁଥିବା ଏହି ରାସ୍ତା ବଡପୋଖରୀଠାରୁ ବାଘାମପଡା ପର୍ଯ୍ୟନ୍ତ ମରାମତି ହୋଇଥିଲା। ମାତ୍ର ଔପଦା ବଡପୋଖରୀ ପର୍ଯ୍ୟନ୍ତ ରାସ୍ତା ଏବେ ମରଣ ଯନ୍ତା ପାଲଟିଛି। ସାଧାରଣ ଲୋକ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ବ୍ଲକ କାର୍ଯ୍ୟାଳୟ ଓ ବ୍ୟାଙ୍କକୁ ଯାଉଥିବା ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଯଥା ଶିଘ୍ର ଏହି ରାସ୍ତାର ମରାମତି କରା ନ ଗଲେ ଆଗାମୀ ଦିନରେ ଜନଆନ୍ଦୋଳନ କରାଯିବାକୁ ବିଭିନ୍ନ ମହଲରେ ଆଲୋଚିତ ହେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସୁ ଦୃଷ୍ଟି ଦେଇ ରାସ୍ତା ମରାମତି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
